ଯାତ୍ରୀବାହୀ ବସ୍ ସହ ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର…

add-all


ହିଞ୍ଜିଳିକାଟୁ, ତା ୪/୭ : ବୁଧବାର ଭୋରରେ ହିଞ୍ଜିଳିକାଟୁ ବ୍ଲକ୍ ତଥା ପୁରୁଷୋତ୍ତମପୁର ଥାନା ଧୋବାଡି ଗ୍ରାମ ଛକ ନିକଟରେ ଓଏସଆରଟିସି ବସ୍ ସହ ଯାତ୍ରୀବାହୀ ଅଟୋର ମୁହାଁମୁହିଁ ଧକ୍କା ଘଟିଛି । ଦୂର୍ଘଟଣାରେ ଅଟୋ ଚାଳକ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଅଟୋ ଚାଳକ ପୁରୁଷୋତ୍ତମପୁର ଥାନା ଗାଙ୍ଗଦହଣି ଗ୍ରାମର ନାରାୟଣ ସାହୁ (୪୧), ଯାତ୍ରୀ ସେହି ଗ୍ରାମର ଉଦୟ ସାହୁ (୪୪) ଓ ଶାସନପଦର ଗ୍ରାମର ରଶ୍ମିତା କୁମାରୀ ସାହୁ (୩୮) ।
ପ୍ରକାଶ ଯେ, ବୁଧବାର ଭୋରରେ ହିଞ୍ଜିଳିକାଟୁ ଠାରୁ ପୁରୀ ଅଭିମୁଖେ ଯାଉଥିବା ଓଏସଆରଟିସି ବସ୍ (ଓଡି୧୩ କ୍ୟୁ ୧୮୨୨) ସହ ଗାଙ୍ଗଦହଣି ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଅଟୋ (ଓଡି୦୭ସି ୩୦୮୬) ସହ ଧୋବାଡି ଗ୍ରାମ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ।‌

ଦୂର୍ଘଟଣାରେ ଅଟୋ ଚାଳକ ଓ ଅଟୋରେ ଯାତ୍ରା କରୁଥିବା ୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲେ । ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
ଫୋଟ –

ad-week
Leave A Reply

Your email address will not be published.