ତହସିଲଦାର ଡ଼ଃ ଅଶୋକ କୁମାର ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

add-all

ଦାରିଙ୍ଗବାଡ଼ି , ୫/୭ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ତହସିଲଦାର ଡ଼ଃ ଅଶୋକ କୁମାର ଦାସ ରାଜସ୍ୱ ପର୍ଷଦ, କଟକ କୋର୍ଟ ଅଫିସର ଭାବେ ବଦଳି ହୋଇଛନ୍ତି । ଏହି ଅବସରରେ ଡ଼ଃ ଶ୍ରୀ ଦାସଙ୍କୁ ତହସିଲ ଅଫିସ କର୍ମଚାରୀଙ୍କ ସମେତ ପାରମ୍ପରିକ ଲୋକ କଳା ସାଂସ୍କୃତିକ ସଂଘ ଗ୍ରୀନବାଡ଼ି ଏବଂ ଅଞ୍ଚଳବାସୀଙ୍କ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।

ଗତ ୧୨ ଜୁଲାଇ ୨୦୨୨ ରୁ ୧୦ ମାସ ଧରି ତହସିଲଦାର ଭାବେ ଡ଼ଃ ଅଶୋକ କୁମାର ଦାସ ଅତ୍ୟନ୍ତ ଶୃଙ୍ଖଳିତ ଓ ନିଷ୍ଠାର ସହ ଦାୟିତ୍ୱ ସମ୍ପାଦନ କରି ସମସ୍ତ ଅଫିସ କର୍ମଚାରୀ ଏବଂ ଜନ ସାଧାରଣଙ୍କ ପାଖରେ ଅତ୍ୟନ୍ତ ପ୍ରିୟପାତ୍ର ହେବା ସହ ବେଶ ଲୋକପ୍ରିୟ ହୋଇ ପାରିଥିଲେ । ଏପଟେ ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ ରୁ ବଦଳି ହୋଇ ନୂତନ ଭାବେ ଦାରିଙ୍ଗବାଡ଼ି ତହସିଲଦାର ଭାବେ କାର୍ଯ୍ୟଭାର ନେଇଥିବା ତହସିଲଦାର ଶରତ ଚନ୍ଦ୍ର ଶବରଙ୍କୁ ମଧ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଭବେଶ ମାଝୀଙ୍କ ସମେତ ପାରମ୍ପରିକ ଲୋକ କଳା ସାଂସ୍କୃତିକ ସଂଘ ସଭାପତି ବିନୋଦ କୁମାର ନାୟକ, ଉପ ସଭାପତି ରବି ଚନ୍ଦ୍ର ନାୟକ, ସମ୍ପାଦକ ଧ୍ରୁବ ଦିଗାଳ, ରଞ୍ଜନ ନାୟକ, ରାଜସ୍ୱ ନିରୀକ୍ଷକ ଦୁର୍ଗା ପ୍ରସାଦ ପ୍ରଧାନ ଏବଂ ସୁବ୍ରତ ମଲିକ, ତହସିଲ କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.