ହିଞ୍ଜିଳିକାଟୁ ସହରରେ ପରିବା ଦର ଆକାଶଛୁଆଁ

add-all

ହିଞ୍ଜିଳିକାଟୁ (୬।୭) : ହିଞ୍ଜିଳିକାଟୁ ବଜାରରେ ପରିବା ଦର ଆକାଶ ଛୁଆଁ। ଲଙ୍କା ମରିଚ ଅଢ଼େଇଶହ ଟଙ୍କା ବିକ୍ରି ହେଉଥିବା ବେଳେ ବିଲାତି(ଟମାଟୋ) କିଲୋପିଛା ଶହେ କୋଡିଏ ଟଙ୍କାରୁ ଅଧିକ ବିକ୍ରି ହେଉଛି। ସେହିପରି କିଲୋଗ୍ରାମ ପ୍ରତି ବାଇଗଣ ୬୦ ଟଙ୍କା, କଟକିପୋଟଳ ୮୦ , ଭେଣ୍ଡି ୬୦, ଛୁଇଁ ୨୦୦ ଟଙ୍କା ବିକ୍ରି ହେଉଛି। ଫଳରେ ହିଞ୍ଜିଳିକାଟୁ ଅଞ୍ଚଳରେ ସାଧାରଣ ଲୋକ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ପରିବା କିଣିବା କଷ୍ଟକର ହୋଇପଡ଼ୁଛି।
ଜଳବାୟୁ ପରିବର୍ତ୍ତନ ହେବା ଫଳରେ ପରିବା ଫସଲ ନଷ୍ଟ କାରଣରୁ ବଜାର ଦର ହୁହୁ ହୋଇ ବଢ଼ୁଥିବା କୁହାଯାଉଛି। ପନିପରିବା ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ଵ୍ୟବସାୟୀ ଅସନ୍ତୋଷ ପ୍ରକାଶ କରିଛନ୍ତି ଖାଉଟି। ବଜାରରେ ପରିବା ଦର କୌଣସି ତାଳମେଳ ରହୁ ନାହିଁ ଆକାଶଛୁଆଁ ଦରବୃଦ୍ଧି ଲୋକଙ୍କୁ ଖୁବ୍ ଵାଧୂଛି । ଏହି ସୁଯୋଗରେ କେତେକ ପରିବା ବ୍ୟବସାୟୀ ମନଇଚ୍ଛା ଦର ନେଉଥିବା ସାଧାରଣରେ ଅଭିଯୋଗ ହେଉଛି।

ad-week
Leave A Reply

Your email address will not be published.