
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ର ଜାତୀୟ ସେବାଯୋଜନା ଓ ବନ ବିଭାଗର ମିଳିତ ଉଦ୍ୟମରେ କଲେଜ ପରିସରରେ 74ତମ ବନ ମହୋତ୍ସବ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି, ସ୍ବେଛାସେବୀ ମାନେ ଉପାଦେଏ ବୃକ୍ଷ ରୋପଣ କରିଥିଲେ l ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବନା ଞ୍ଚଳ ଅଧିକାରୀ ସଦାନନ୍ଦ ବେହେରା ଯୋଗଦେଇ ଗଛଟି ଏ ଜୀବନ ଟିଏ, ପ୍ରତ୍ୟେକ ବ୍ୟକ୍ତି ଗଛଟିଏ ଲଗାଇ ସଂସାରକୁ ରକ୍ଷା କରିବା ଉଚିତ ବୋଲିକହିଥିଲେ l ଫରେଷ୍ଟର ଶ୍ରୀଧର ସାହୁ, ଫରେଷ୍ଟ ଗାର୍ଡ ଅରୁଣ କୁମାର ପାତ୍ର, ବନ କର୍ମଚାରୀ ରଜତ କୁମାର ଭୋଇ ଅଧ୍ୟାପକ ସନ୍ତୋଷ ରଥ, ଅମୂଲ୍ୟ ସାବତ, ନରେନ୍ଦ୍ର ଦିଗାଲ, ସରୋଜ ସାସମଲ, ରବିନାରାୟଣ ପାଣିଗ୍ରାହୀ, ସୁଶାନ୍ତ ଭୋଳ,ଗଣେଶ ଜଗରଙ୍ଗା, ଅଧ୍ୟାପିକା ଶିବାନୀ କଁହର, ମୀରାମ୍ବିକା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l