11 kv ବିଦ୍ୟୁତ୍ କାମ କରୁଥିବା ବେଳେ ବିଦ୍ୟୁତ୍ କର୍ମଚାରୀ ମୃତ…

ସଜାଡ଼ିବା ବେଳେ କେହି ଆକସ୍ମିକ ବିଦ୍ୟୁତ୍ ଚାର୍ଜ କରିବା ହେଲା କାଳ…!

add-all


ଫୁଲବାଣୀ, ୭.୭. ବିଦ୍ୟୁତ୍ ଆଘାତରେ ବିଦ୍ୟୁତ କର୍ମଚାରୀ ମୃତ। ମୃତ ଯୁବକ ହେଲେ ଜିତେନ୍ଦ୍ର ଦାସ ଓରଫ ରବି l ଗତ ବିଲମ୍ବିତ ରାତିରେ ବର୍ଷା ଯୋଗୁଁ ଫୁଲବାଣୀ ପୌର ପରିଷଦରେ ବିଦ୍ୟୁତ୍ ନଥିବା ବେଳେ ବିଦ୍ୟୁତ୍ କାମ କରିବା ପାଇଁ ଫୁଲବାଣୀ ନାରାୟଣୀ ରୋଡ଼ ପାଖରେ ଥିବା ୧୧ କେ ଭି ଖୁଣ୍ଟରେ ବିଦ୍ୟୁତ୍ କାର୍ଯ୍ୟ କରୁଥିବା ବେଳେ ହଠାତ୍ ଆକସ୍ମିକ ଭାବେ ବିଦ୍ୟୁତ୍ ଚାର୍ଜ ହୋଇଯିବାରୁ ଜିତେନ୍ଦ୍ର ଦାସ୍ ନାମକ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ଜୀବନ ଚାଲିଗଲା l ଏହି ଘଟଣା ପରେ ଫୁଲବାଣୀ ଟାଉନ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l କିନ୍ତୁ ବିଦ୍ୟୁତ୍ ବିଭାଗର କୋଣସି ଉପରିସ୍ଥ ଅଧିକାରୀ ଦେଖା ନ ଦେବାରୁ ମୃତ ପରିବାର ଓ ସ୍ଥାନୀୟ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା l ସ୍ଥାନୀୟ ଲୋକେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ,ପରିବାରକୁ ଚାକିରୀ,ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପ୍ରଭୃତି ଦାବିରେ ଗାନ୍ଧୀ ଛକ ଠାରେ ରାସ୍ତାରୋକ୍ କରିଥିଲେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ। ଦୀର୍ଘ ୪ ଘଣ୍ଟା ପରେ ପୋଲିସ ବୁଝା ଶୁଝା ପରେ ରାସ୍ତା ରୋକ୍ ହଟିଥିଲା l ମୃତ ବିଦ୍ୟୁତ୍ କର୍ମଚାରୀ ପରିବାରର ଏକ ମାତ୍ର ସନ୍ତାନ ହୋଇଥିବା ବେଳେ ୫ ବର୍ଷ ଓ ୨ ବର୍ଷର ଦୁଇଟି ଝିଅ ଅଛନ୍ତି। ଅତ୍ୟନ୍ତ ମେଳାପି ଓ କର୍ମନିଷ୍ଠ ହୋଇଥିବାରୁ ସହରରେ ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ରାତିରେ ମେଡିକାଲ ପରିସର ଓ ବିଦ୍ୟୁତ୍ ଅଫିସରେ ମଧ୍ୟ ସ୍ଥାନୀୟ ଲୋକ ବିରୋଧ ପ୍ରଦର୍ଶନ କରିଥିଲେ। ବିଭାଗର ଭୁଲ ପାଇଁ ଏକ ଅମୂଲ୍ୟ ଜୀବନ ଚାଲିଗଲା ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ। ଜିଲ୍ଲା ମେଡିକାଲରେ ଆଜି ମରଶରୀର ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ଟାଉନ ଥାନା ଅଧିକାରୀ ଅଶୋକ ଗିରି କହିଛନ୍ତି। ଘଟଣାକୁ ନେଇ ଟାଟା ପାୱାର ବିରୋଧରେ ସହରରେ ଜନ ଅସନ୍ତୋଷ ଓ ଉତ୍ତେଜନା ଲାଗିରହିଛି।

ad-week
Leave A Reply

Your email address will not be published.