ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

add-all

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଆଜି ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ତନୁଜା ସିଂହ, ଜାତୀୟ ସେବା ଆୟୋଜନ (NSS)ର ଦାୟିତ୍ବ ନିର୍ବାହ କରୁଥିବା ନୃତତ୍ତ୍ୱ ବିଭାଗର ଅଧ୍ୟାପିକା ଡଃ . ତପସ୍ୱିନୀ ଗୌଡ଼ ଏବଂ ରେଡ କ୍ରସ ଦାୟିତ୍ଵରେ ଥିବା ଅର୍ଥନୀତି ବିଭାଗର ଅଧ୍ୟାପିକା ଶ୍ରୀମତି ଯଶୋଦା ଜେନାଙ୍କ ଅଧ୍ୟକ୍ଷତାରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ଛାତ୍ରୀମାନଙ୍କ ସହିତ ବୃକ୍ଷରୋପଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା ଓ ଅମିତ୍ ସୁବ୍ରୋଜିତ ଯୋଗ ଦେଇ ଗଛ ଲଗାଇବାର ବିଭିନ୍ନ କୌଶଳ କହିବା ସହିତ ଛାତ୍ରୀମାନଙ୍କୁ ତତ୍ ସମ୍ବନ୍ଧୀୟ ଉପାଦେୟ ମୂଳକ ଉଦବୋଧନ ଦେଇଥିଲେ। ବୃକ୍ଷ ରୋପଣ ମହା ପୁଣ୍ୟ କାରଣ ଗୋଟିଏ ବୃକ୍ଷ ରୋପଣ ଦ୍ଵାରା ହଜାର ହଜାର ପ୍ରାଣୀଙ୍କ ଜୀବନ ରକ୍ଷା ହୋଇ ପାରିବ ତେଣୁ ପ୍ରତ୍ୟେକ ବନ ମହୋତ୍ସବ ସପ୍ତାହ ରେ ଅନ୍ତତଃ ସମସ୍ତେ ବୃକ୍ଷ ରୋପଣ କରିବା ପାଇଁ ବନ ଅଧିକାରୀ ଶ୍ରୀ ଲେଙ୍କା ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ lଏହି ଅବସରରେ ମହାବିଦ୍ୟାଳୟର +୨ ଓ +୩ ର ସମସ୍ତ ରେଡ କ୍ରସ ଓ ଏନ ଏସ ଏସ ସ୍ବେଚ୍ଛାସେବୀ ଛାତ୍ରୀ ଅଂଶ ଗ୍ରହଣ କରି କାଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।

ad-week
Leave A Reply

Your email address will not be published.