ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ସପ୍ତମ ସାଧାରଣ ବୈଠକ

add-all

ହିଞ୍ଜିଳିକାଟୁ (୭।୭) : ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ସପ୍ତମ ପଞ୍ଚାୟତ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବହୁ ଜନ ପ୍ରତିନିଧି ବିଭିନ୍ନ ଅସୁବିଧା ନେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ହିଞ୍ଜିଳିକାଟୁ ବ୍ଲକରେ ୧୦ ଟି ପିଏଚସିରେ ଡାକ୍ତର ରହୁ ନ ଥିବା ଯୋଗୁଁ ଲୋକମାନେ ସ୍ୱାସ୍ଥ୍ୟ ସେବା ରୁ ବଞ୍ଚିତ ହେଉଛନ୍ତି । ସମ୍ପୃକ୍ତ ଡାକ୍ତରଖାନାରେ କର୍ମଚାରୀ ମାନେ ୨୪ ଘଣ୍ଟା ରହିବା ପାଇଁ ଦାବି ହୋଇଥିଲା ।ସାର ,ପିଡ଼ିଆ ଏବଂ ବିହନ ପ୍ରତେକ ପଂଚାୟତରେ ଯୋଗାଇ ଦେବା ପାଇଁ ଡିଲର ମାନଙ୍କୁ ନିର୍ଦେଶ ଦିଆଯାଇଥିଲା ।ବିହନ ପାଇଁ କୃଷକ ମାନେ ଅନ ଲାଇନ ରେ ଆବେଦନ କରିବେ ।ଅପପୃଷ୍ଟି ରୋଗରୁ ରକ୍ଷା ପାଇବା ପାଇଁ ଅଙ୍ଗନବାଡି କର୍ମୀ ପ୍ରତେକ ପିଲାଙ୍କର ହଜମ ଶକ୍ତି ପରୀକ୍ଷା କରି ପିଲାମାନଙ୍କୁ ପ୍ରତେକ ଦିନ ଶହେ ଗ୍ରାମ ଛତୁଆ ଯୋଗାଇ ଦେବେ ଯେଉଁ ଜାଗାରେ ଅଙ୍ଗନବାଡି ଘର ନାହିଁ ସେଠାରେ ତୁରନ୍ତ ଜାଗା ଯୋଗାଇ ଦେଇ ଘର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବ ନିର୍ଦ୍ଧାରଣ କୁ ଦୃଢିକରଣ କରାଯାଇଥିଲା। ଏହି ବୈଠକରେ ହିଞିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ବାର୍ଷିକ ବିବରଣୀ ପଠନ କରିବା ସହିତ ବ୍ଲକ ଅଧ୍ୟକ୍ଷ ସରସ୍ୱତୀ ସେଠୀ ,ଉପାଧ୍ୟକ୍ଷ ସୁନିଲ କୁମାର ଗନ୍ତାୟତ, ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବିଜେଡି ନେତା ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।ଏ ବି ଡି ଓ ଅରୁଣ କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।

ad-week
Leave A Reply

Your email address will not be published.