ଗୋବରାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

add-all

ବେଲଗୁଣ୍ଠା (୭/୭) : ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ତଥା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଗୋବରା ଶାଖା ତରଫରୁ ବନ ମହୋତ୍ସବ ପାଳନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଗୋବରା ଶାନ୍ତି ମୈତ୍ରୀ ମହିଳା ସ୍ୱୟଂ ସହାୟକ ସଂଘ ଏବଂ ଗାଙ୍ଗପୁର ବନାଞ୍ଚଳର କର୍ମଚାରୀମାନେ ସହଯୋଗ କରିଥିଲେ I ଏହି ଅବସରରେ ଗୋବରା ନୂଆଁପଡ଼ା ରାସ୍ତାର ଉଭୟ ପାର୍ଶ୍ଵ୍ ଏବଂ ଲୋହରାଖଣ୍ଡି ନଦୀ ହିଡ଼ରେ ଚାରା ରୋପଣ କରାଯାଇଥିଲା I ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ଗାଙ୍ଗପୁର ବନପାଳ ଜୀବାନନ୍ଦ ତ୍ରିପାଠି, ପୂର୍ବତନ କଲେଜ ଅଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ୱାଳ,ସମିତିସଭ୍ୟକୁଞ୍ଜବିହାରୀ ନାୟକ,ଅବସରପ୍ରାପ୍ତ ସେନା ଅଧିକାରୀ ସନାତନ ଗୌଡ଼,ସ୍ଥାନୀୟ ସମିତି ସଭ୍ୟ ବିଭୂପାଦ ଜେନା, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର,ନୃସିଂହ ପ୍ରସାଦ ଜେନା,ଗ୍ରାମ୍ୟ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ପାତ୍ର,ଶାନ୍ତି ମୈତ୍ରୀ ମହିଳା ସ୍ୱୟଂ ସହାୟକ ସଂଘ,ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ କୁମାର ସାହୁ, ଉନ୍ନୟନ ଅଧିକାରୀ ନିଖିଲ୍ କୁମାର ସ୍ୱାଇଁ,ଗଣମାଧ୍ୟମ ପ୍ରତିନିଧି କୃଷ୍ଣଚନ୍ଦ୍ର ପଟ୍ଟନାୟକ,ରାଜେଶ୍ ପାତ୍ର, ସୁଧାଂଶୁ ଶେଖର ବିଷୋୟୀ,ସ୍କ୍ଵାଡ୍ ଶିବରାମ ବିଷୋୟୀ ପ୍ରମୁଖ ଯୋଗ ଦେଇ ନିମ୍ବ,ପିଜୁଳି,କାଠ ବାଦାମ, ଅଁଳା,ଶିଶୁ,ଆକାଶୀଆ ଆଦି ପ୍ରଜାତିର 85ଟି ଚାରା ରୋପଣ କରିଥିଲେ I ଏହି ଅବସରରେ ଅତିଥି ରୂପେ ଯୋଗ ଦେଇଥିବା ବନପାଳ ଶ୍ରୀ ତ୍ରିପାଠି ବନ ମହୋତ୍ସବ ବର୍ତ୍ତମାନ ଏକ ଜନ ମହୋତ୍ସବରେ ପରିଣତ ହୋଇଥିବା କଥା ପ୍ରକାଶ କରିଥିଲେ l ସମ୍ବାଦ ସାହିତ୍ୟ ଘର ସହ ସମ୍ପାଦକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ l

ad-week
Leave A Reply

Your email address will not be published.