ବିଜେପିର “ଯୁବ ବିସ୍ତାରକ ଯୋଜନା ବୈଠକ”

add-all

ବ୍ରହ୍ମପୁର (୮/୭) : ଭାରତୀୟ ଜନତା ପାର୍ଟି,ଓଡ଼ିଶା ପ୍ରଦେଶ ପକ୍ଷରୁ ଦକ୍ଷିଣ ଓଡ଼ିଶାର ନଅଟି ସାଂଗଠନିକ ଜିଲ୍ଲାର ଯୁବ କାର୍ଯ୍ୟକର୍ତ୍ତାଙ୍କୁ ନେଇ “ଯୁବ ବିସ୍ତାରକ ଯୋଜନା ବୈଠକ” ବ୍ରହ୍ମପୁର ଗିରିଜା ଛକ ସ୍ଥିତ ହୋଟେଲ୍ ମୟୁରୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁବ ବିସ୍ତାରକ ଯୋଜନା ବୈଠକରେ ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ଘୁମୁସର ସାଂଗଠନିକ ଜିଲ୍ଲାର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ବିସ୍ତାରକ ଯୋଜନା ବୈଠକରେ ବିଜେପିର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ସାରଦା ପ୍ରସାଦ ଶତପଥୀ ଯୋଗ ଦେଇ ଯୁବ ବର୍ଗଙ୍କୁ ଦଳୀୟ ସଂଗଠନ ପ୍ରକ୍ରିୟାରେ ଯୋଡ଼ିବା ସହ ତୃଣମୂଳ ସ୍ତରରେ ସଂଗଠନକୁ ସକ୍ରୀୟ କରିବା ପାଇଁ ଯୁବ କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗ ଦର୍ଶନ କରିବା ସହ ଗୁରୁମନ୍ତ୍ର ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ ମଞ୍ଚାସୀନ ଥିଲେ ।

ଏଥିରେ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ମନୋଜ କୁମାର ସାହୁ, ବାଳକୃଷ୍ଣ ପାତ୍ର, ଦୀପକ ପ୍ରଧାନ, ହରିକୃଷ୍ଣ ପଣ୍ଡା,ଗଣେଶ ମଣ୍ଡଳ,କେ.ନାଗେଶ୍ୱର ଦୋରା,ଚିନ୍ମୟ ରେଡ଼ୀ,ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦିକା ତଥା କର୍ପୋରେଟର ବନିତା ସାହୁ ପ୍ରମୁଖଙ୍କ ସମେତ ନଅଟି ଜିଲ୍ଲାର ବଛା ବଛା ଯୁବ କାର୍ଯ୍ୟକର୍ତ୍ତା ଏହି ବୈଠକରେ ସାମିଲ୍ ଥିଲାବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଗଞ୍ଜାମ ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,କର୍ପୋରେଟର ସବିତା ସାହୁ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ସାଧାରଣ ସମ୍ପାଦକ ସୁନିଲ ପାତ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.