ଵୃନ୍ଦାବନ ସରକାରୀ ବିଦ୍ୟାଳୟରେ ବନମହୋତ୍ସବ ଓ ପୋଷାକ ବିତରଣ ଉତ୍ସବ ପାଳିତ

add-all

ହିଞ୍ଜିଳିକାଟୁ ୮।୭ ହିଞ୍ଜିଳିକାଟୁ ପୌରପରିଷଦ ଵୃନ୍ଦାବନ ସରକାରୀ ବିଦ୍ୟାଳୟରେ ଶନିବାର ବନ ମହୋତ୍ସବ ସହ ପୋଷକ ଵିତରଣ ଉତ୍ସବ ପାଳିତ ହୋଇଯାଇଛି। ସରକାରୀ ଵୃନ୍ଦାବନ ଵିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ ଅନ୍ୟତମ ଅତିଥିଭାବେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଓ ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଯୋଗଦେଇଥିଲେ।
ଅତିଥିବୃନ୍ଦ ବୃକ୍ଷର ଉପାଦେୟତା ଓ ଏହାର ଯତ୍ନବାନ ହେବା ସହ ଭଲ ପାଠ ପଢି ମଣିଷ ହେବାପାଇଁ କହିଥିଲେ। ଜଙ୍ଗଲ ସୁରକ୍ଷା ଏବଂ ଚାରା ରୋପଣ କରି ଜଙ୍ଗଲକୁ ବଞ୍ଚାଇବା ସହ ନିଜେ ବଞ୍ଚିବା ଏବଂ ପ୍ରକୃତିକୁ ବଞ୍ଚାଇବାକୁ ସଚେତନ କରା ଯାଇଥିଲା। ଏହାପରେ ବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଚାରା ରୋପଣ କରା ଯାଇଥିଲା।ଶେଷରେ ପୌରପରିଷଦର ସଂଯୋଜକ ଅଖିଳ କୂମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.