କହମପଡ଼ି ଠାରେ ସିଏନଆଇ ଚର୍ଚ୍ଚର ଭିତ୍ତିପ୍ରସ୍ତର ସ୍ଥାପନ

add-all

ଦାରିଙ୍ଗବାଡି (୮/୭) : ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମହା ପଞ୍ଚାୟତ ଅନ୍ତର୍ଗତ କହମପଡ଼ି ଠାରେ ସିଏନଆଇ ଚର୍ଚ୍ଚର ନିର୍ମାଣ ନିମନ୍ତେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ୯ ଲକ୍ଷ ଟଙ୍କା ରହିଛି। ଏହି ଭିତିପ୍ରସ୍ତର ସ୍ଥାପନରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ରାଜ୍ୟ ଟିଡ଼ିସିସି ଓଏଲ ଉପାଧ୍ୟକ୍ଷ ଦିଲିପ କୁମାର ପ୍ରଧାନ, ଜିଲ୍ଲା ଉପ ସଭାପତି ଧର୍ମେନ୍ଦ୍ର ପ୍ରଧାନ , ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, ଛାତ୍ର ସଭାପତି ରୂପକ କୁମାର ସାହୁ ଯୋଗ ଦେଇଥିଲେ । ପଞ୍ଚାୟତ ସଭାପତି ପ୍ରଫୁଲ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.