କନ୍ଧମାଳ ମିଡିଆ ଫୋରମ ର ଦ୍ୱି – ବାର୍ଷିକ ନିର୍ବାଚନ ଆଗାମୀ ୧୩ ତାରିଖରେ ଅନୁଷ୍ଠିତ ହେବ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ପଞ୍ଜୀକୃତ କନ୍ଧମାଳ ମିଡିଆ ଫୋରମର ଦ୍ୱି ବାର୍ଷିକ ନିର୍ବାଚନ ଆଗାମୀ ୧୬ ତାରିଖରେ ହେବା ପରିବର୍ତ୍ତେ ୧୩/୦୭/୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ଅବସରରେ ଏକ ଜରୁରୀ ବୈଠକ ଫୁଲବାଣୀ ସ୍ଥିତ ଅତିରିକ୍ତ ପ୍ରେସ କ୍ଲବ ଗୃହରେ ସଂଘର ସଭାପତି ସୁନୀଲ କୁମାର ବିଶ୍ଵାଳଙ୍କ ସଭପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏଥି ସହିତ ସଂଘରେ ନୂତନ ସଦସ୍ଯ ଭାବେ ଯୋଗ ଦେବା ପାଇଁ ସାମ୍ବାଦିକ କ୍ଷୀରୋଦ ସାହାଣୀ ଦେଇଥିବା ଦରଖାସ୍ତ ସମ୍ପାଦକ ପାଠ କରିଥିଲେ l ଦରଖାସ୍ତ ପ୍ରକାରେ ଆଲୋଚନା କରାଯାଇ ସଦସ୍ଯତା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଗଲା l ଏହି ବୈଠକରେ ଉପସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା, ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ଉପଦେଷ୍ଠା ଅଜିତ ମହାରଣା, ତ୍ରିନାଥ ସାହୁ, ଆଇନ ଉପଦେଷ୍ଟା ସତ୍ୟ ନାରାୟଣ ବେହେରା, କୋଷାଧ୍ଯକ୍ଷ ଶିବ ବିଶ୍ଵାଳ, ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ପଟ୍ଟନାୟକ,ସନ୍ତୋଷ କୁମାର ଦିଗାଲ, ଅଶୋକ କୁମାର ପରିଡା, ବିମଳ ନାୟକଙ୍କ ସମେତ ପ୍ରଶାନ୍ତ ଜେନା, ଶିବରାମ ନାୟକ, ଶିବ ନାୟକ ଏବଂ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଗାମୀ ନିର୍ବାଚନ ସମ୍ଵନ୍ଧରେ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ l

ad-week
Leave A Reply

Your email address will not be published.