କାର ସହ ୫୮ କିଲୋ ଗଞ୍ଜେଇ ଜବତ : ଜଣେ ଗିରଫ…

add-all


ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସଦର ଅବକାରୀ ବିଭାଗ ରାଣୀପଥର ଚେକ ଗେଟ ଠାରେ ଚଢ଼ାଉ କରି ଏକ କାରରୁ ୫୮ କିଲୋ ଗଞ୍ଜେଇ ଜବତ କରିଛି।ଏ ସଂକ୍ରାନ୍ତରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।କୌଣସି ସୂତ୍ରରୁ ଖବର ପାଇ ସଦର ଅବକାରୀ ବିଭାଗ ରାଣୀପଥର ଚେକ ଗେଟ ଠାରେ ଏକ ଧଳା ରଙ୍ଗର ମାରୁତି ସୁଜୁକି କାର(ଓଡି ୦୨ ବିଟି ୧୫୨୧)କୁ ଅଟକାଇ ଯାଞ୍ଚ କରିଥିଲେ।ସେଥିରେ ୩ଟି ବସ୍ତାରେ ରଖା ଯାଇଥିବା ୫୮ କିଲୋଗଞ୍ଜେଇ ମିଳିଥିଲା।
ଅବକାରୀ ପୁଲିସ ଗଞ୍ଜେଇ ଜବତ କରିବା ସହ ଜଣେ ଚାଲାଣକାରୀକୁ ଗିରଫ କରିଛି। ଏହି ଗଞ୍ଜେଇ ଫୁଲବାଣୀର ଚାରିଛକ ଚାଲାଣ ହେଉଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ ସଦର ଅବକାରୀ ଥାନାରେ ୫୨/୨୩ରେ ଏକ ମାମଲା ରୁଜୁ କରାଯାଇ ଥ‌ିବା ସଦରଅବକାରୀ ସବଇନ୍ସପେକ୍ଟର ସାଗର ଭୋଇ ସୂଚନା ଦେଇଛନ୍ତି। ଚଢାଉ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସବ ଇନ୍ସପେକ୍ଟର ସୁକାନ୍ତ କୁମାର ବେହେରା,
ଏଏସଆଇ ଅନୀଲ
କୁମାର ବେହେରା, ସଞ୍ଜୀବ
ପ୍ରଧାନ, ମିଲନ କୁମାର ସାହୁ ପ୍ରମୂଖ ସାମିଲ ଥିଲେ l

ad-week
Leave A Reply

Your email address will not be published.