କନ୍ଧମାଳ ବରିଷ୍ଠ ନାଗରିକଙ୍କ ସଂଘ ପକ୍ଷରୁ ଜୁଲାଇ ୧୬ତାରିଖ ମେଗା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

add-all

ଫୁଲବାଣୀ : କନ୍ଧମାଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକ ସଂଘ କନ୍ଧମାଳ ପକ୍ଷରୁ ବିଜୁ କଲ୍ୟାଣ ମଣ୍ଡପ ଫୁଲବାଣୀ ଠାରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି। ଜୁଲାଇ ୧୬ତାରିଖ ରବିବାର ଦିନ ଭୁବନେଶ୍ୱର କଳିଙ୍ଗ ହସପିଟାଲ ପକ୍ଷରୁ ଅଭିଞ ବିଶେଷଜ୍ଞମାନେ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେବାକୁ ବ୍ୟବସ୍ଥା କରାଯାଇଛି।ଏହିମାଗଣା ସ୍ୱାସ୍ଥ୍ୟ ଶିବିରରେ କଳିଙ୍ଗ ହସପିଟାଲର ହୃଦରୋଗ ବିଶେଷଜ୍ଞ, ସ୍ନାୟୁ ବିଶେଷଜ୍ଞ, ମେଡିସିନ ବିଶେଷଜ୍ଞ, ଦନ୍ତ ଓ ଅସ୍ଥିଶଲ୍ୟ ବିଶେଷଜ୍ଞ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କନ୍ଧମାଳ ଜିଲା ରେ ସ୍ୱାସ୍ଥ୍ୟ ସେବା ସଂମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ।କୋୖଣସି ବିଶେଷଜ୍ଞ ଜିଲାରେ ନାହାନ୍ତି। ଜନସାଧାରଣ ସାଧାରଣ ଜ୍ୱର କାଶ,ହେଲେ ବ୍ରହ୍ମପୁର ଓ କଟକ ରେଫର କରାଯାଉଛି। ସାମାନ୍ୟ କେସରେ ମେଡ଼ିକାଲ କଲେଜର ଡାକ୍ତର ମାନେ ତାଛଲ୍ୟ କରୁଛନ୍ତି।ଏବଂ କୌଣସି ବିଶେଷଜ୍ଞ ନଥିବାରୁ ଜରୁରୀ ସେବା ମିଳୁନାହିଁ, ଯାହାଫଳରେ ଅନେକ ରୋଗୀ ତତ୍କାଳ ସେବା ଅଭାବରୁଜିଲା ମୁଖ୍ୟ ଚିକିତ୍ସାଳୟରେ ଅସମୟରେ ମୃତ୍ୟୁ ବରଣ କରୁଛନ୍ତି। ରାଜ୍ୟର ସବୁ ଡାକ୍ତରଖାନା ଆଉଟଡୋର ଦୁଇବେଳା ଖୋଲୁଥିବେଳେ କନ୍ଧମାଳ ଜିଲ୍ଲାରେ ଉପରବେଳା ଆଉଟଡୋର ଦୁଇ ତିନି ବର୍ଷ ହେବା ନ ଖୋଲିବା ଦୁର୍ଭାଗ୍ୟ ଜନକ।ତେଣୁ ଏହି ପରିପ୍ରେକ୍ଷୀରେ ଜିଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁଜୁଲାଇ ୧୬ତାରିଖରେ ବିଜୁ କଲ୍ୟାଣ ମଣ୍ଡପ ଫୁଲବାଣୀ ଠାରେ ଅଭିଞ ବିଶେଷଜ୍ଞ ମାନଙ୍କୁ ନେଇ ଅନୁଷ୍ଠିତ ହେବାକୁଥିବା ସ୍ୱାସ୍ଥ୍ୟ ଶିବିର ସ୍ୱାଗତଯୋଗ୍ୟ।

ad-week
Leave A Reply

Your email address will not be published.