ଚିକିଟୀ : ଚିକିଟୀ ବ୍ଲକ ସମ୍ମିଳନୀ କକ୍ଷଠାରେ ସୋମବାର ଦିନ ଏ.ଡି.ଏମ ରିନା କୁମାରୀ ଖେସ ଙ୍କ ଅଧକ୍ଷତା ଏବଂ ବିଡ଼ିଓ ହଳଧର ଶବର ଙ୍କ ପରିଚାଳିତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ର ୨୦୨୨-୨୦୨୩ ଆର୍ଥିକ ବର୍ଷରେ ହୋଇଥିବା କାମ ଉପରେ ଏକ ସମାଜିକ ଜନ ଶୁଣାଣି ଅନୁଷ୍ଟିତ ହୋଇ ଯାଇଛି | ଏହି ଶିବିରରେ ଚିକିଟୀ ବ୍ଲକ ଅଧକ୍ଷ ଆପନ୍ନା ସେଠୀ, ନିର୍ବାହୀ ଯନ୍ତ୍ରୀ ଶ୍ରୀ ଉଦୟ ନାଥ ପ୍ରଧାନ ପ୍ରମୁଖ ଯୋଗ ଦେଇ ଗତ ଆର୍ଥିକ ବର୍ଷରେ ହୋଇଥିବା ବିଭିନ୍ନ କର୍ମ ନିଯୁକ୍ତି ଯୋଜନା ମଧ୍ୟରୁ ୧୭୮୯ଟି ପ୍ରକଳ୍ପ ର ଅନୁମୋଦନ ହୋଇଥିବା ବେଳେ ୪୧୫ଗୋଟି ସାମୁହିକ,୨୮୬ଟି ବ୍ୟକ୍ତିଗତ ଅର୍ଥାତ ବିଜୁ ପକ୍କାଘର,ପାଇଖାନା,କୂପ ଖନନ ଇତ୍ୟାଦି Iସେଥି ମଧ୍ୟରୁ ଗ୍ରାମୀଣ ସଂଯୋଗୀକରଣ ବାବଦକୁ ୧୨୧ଟି ,ପାରମ୍ପରିକ ଜଳ ଉଛ ୮୨ଟି,ଖେଳ ପଡିଆ ୩ଟି,କଲଭର୍ଟ ୫୪ଟି,କ୍ରୀମିସେନ ସେଣ୍ଟର ୮ଟି ଏବ୍ଲୁ ସି, ୭ଟି ବହୁମୂଖୀ ଫର୍ମ ଗାଡିଆ ,୬ଗୋଟି କୂପ ଖନନ,୩୨ଟି ଗାଈ ଗୁହାଳ,ଖତକୁଣ୍ଡ ୭ଗୋଟି,ମୂର୍ତ୍ତିକା ସରକ୍ଷଣ ବିଭାଗ ତରଫରୁ ୪୧ ଜାଗାରେ ବୃକ୍ଷ ରୋପଣ,ଉଦ୍ୟାନ କୃଷି ତରଫରୁ ୨୧ଟି ଜାଗାରେ ବୃକ୍ଷ ରୋପଣ,ବନ ବିବାଗ ତରଫରୁ ୨୦ ଟି ଜାଗାରେ ବୃକ୍ଷ ରୋପଣ କରାଯାଇଥିବା ଆଜି ସାମାଜିକ ସମୀକ୍ଷା ବେଳେ ଅଧିକାରୀ ମାନେ ସେମାନଙ୍କ ରିପୋର୍ଟ ପ୍ରଦାନ କରିଥିଲେ ଚିକିଟୀ ବ୍ଲକ ରେ ସାମାଜିକ ସମୀକ୍ଷା ଜନ ଅଭିଯୋଗ ଶୁଣାଣି ଶିବିର ଇତି ମଧ୍ୟରେ ବନ ବିଭାଗ ,ମୂର୍ତ୍ତିକା ସଂରକ୍ଷଣ ବିଭାଗ କିପରି ଭାବରେ କାମ କରୁଛି କେହି ଜାଣିପାରୁନଥିବା ଅଭିଯୋଗ ଆସିବା ପରେ ବ୍ଲକ ଅଧ୍ୟକ୍ଷ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ Iଉଦ୍ୟାନ କୃଷି ବିଭାଗ ଗତ ଆର୍ଥିକ ବର୍ଷରେ ୧୦ ହେକ୍ଟର ଜମିରେ ଆମ୍ବ ଚାଷ କରିଥିବା ବେଳେ ୧୦ ହେକ୍ଟର ଜମିରେ କାଜୁ,ଗିରିସୋଲା ରେ ୧୭.୫ ହେକ୍ଟର ରେ ଆମ୍ବ ୩.୫ ହେକ୍ଟର ଜମିରେ ଲେମ୍ବୁଚାଷ କରିଥିବା କଥା ମୌଖିକ ପ୍ରକାଶ କରିଥିଲେ I ଚଳିତ ବର୍ଷ ଚିକିଟୀ ବ୍ଲକରେ ପ୍ରତେକ ଜବ କାର୍ଡ ଧାରୀଙ୍କୁ ୧୦୦ ଦିନ କାମ ଯୋଗାଇ ୭୦୦୦ ବ୍ୟକ୍ତିଙ୍କୁ କର୍ମନିଯୁକ୍ତି ପ୍ରଦାନ କରିଥିବା ବେଳେ ଜିଲ୍ଲା ସ୍ତରୀୟ ଦୁତୀୟ ସ୍ତାନ ଅଧିକାର କରିଛି I ଏ.ଡି.ଏମ ମୋହଦୟା ସମସ୍ତ ସମୀକ୍ଷା କରିସାରିବା ପରେ ପ୍ରକାଶ କରିଥିଲେ ଯେ ଲୋକଙ୍କ ସହ ଯୋଗାଯୋଗ ରହିଲେ ନିଶ୍ଚିତ ଅଧିକରୁ ଅଧିକା କାର୍ଯ୍ୟସିଦ୍ଧ ହୋଇପାରିବ | ଏହା ଛଡା ଆଗାମୀ ଦିନରେ ଯୋଗ୍ୟ ହିତାଧିକାରୀ ମାନକୁ ଖୋଜି ବାହାର କରି ସେମାନଙ୍କୁ ମଧୁବାବୁ ପେନସନ ଯୋଗନା ରେ ତାଲିକା ଭୁକ୍ତ କରିବା ସକାଶେ ସମସ୍ତ ନିର୍ବାଚିତ ପ୍ରତିନିଧି ମାନକୁ କହି ଥିଲେ | ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ ସମିତି ମେମ୍ବର ଓ ଜିଆରଏସ ମାନେ ଯୋଗଦେଇ ନିଜ ନିଜର ମତ ରଖିଥିଲେ।
