ଗଞ୍ଜାମ ଜିଲ୍ଲାରେ ନିୟନ୍ତ୍ରଣ ବାହାରେ ପରିବାଠାରୁ ଆରମ୍ଭ କରି ଅଟା, ଡାଲି

add-all

ବ୍ରହ୍ମପୁର (୧୮/୭) : ସମଗ୍ର ଗଂଜାମ ଜିଲ୍ଲାରେ ବିଭିନ୍ନ ପନି ପରିବା ଠାରୁ ଆରମ୍ଭ କରି ଚାଉଳ,ଡାଲି,ତେଲ, ଅଟା ସମେତ ବିଭିନ୍ନ ସାମଗ୍ରୀ ରେ ଅହେତୁକ ମୂଲ୍ୟ ବୃଦ୍ଧି ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଗରିବ ଗୁରୁବା ଠାରୁ ଆରମ୍ଭ କରି ମଧ୍ୟମବିତ ପରିବାର ର ଲୋକେ ଏବେ ବଜାର କୁ ଯିବାକୁ ଭୟ କରୁଛନ୍ତି। ବିଗତ କିଛି ଦିନ ହେଲା ସମସ୍ତ ପ୍ରକାର ପରିବା ଦୁଇଗୁଣ ରୁ ଅଧିକ ଦରରେ ବିକ୍ରି ହେବା ସାଙ୍ଗକୁ ଚାଉଳ ଠାରୁ ଆରମ୍ଭ କରି ତେଲ, ଜାଇ, ଅଟା ସହ ବିଭିନ୍ନ ସାମଗ୍ରୀ କେତେକ ଗ୍ରୋସରି ଦୋକାନି ମାନେ ମନଇଚ୍ଛା ଦରବୃଦ୍ଧି କରିଥିଲେ ମଧ୍ୟ ଭାଗ୍ୟ କୁ ଆଦରି ଦୁଃଖ କଷ୍ଟ ରେ ସାଧରଣ ଜନତା ନିଜ ନିଜର ଆୟ କୁ ଦେଖି ଜିନିଷ କ୍ରୟ କରୁଥିବା ଦେଖିବାକୁ ମିଳୁଛି।ଏଥି ପାଇଁ ସରକାର ଦାୟି ସରକାର ଚୁପ ରହିବା ଫଳରେ ବିଭାଗୀୟ ଅଧିକାରୀମାନେ କୌଣସି ସ୍ଥାନ ରେ ଚଢ଼ାଉ କରୁନଥିବା ଯୋଗୁଁ ମୁନାଫା ଖୋର ବ୍ୟବସାୟୀ ମାନେ ମନ ଇଚ୍ଛା ଅତି ଚଢ଼ା ଦରରେ ସାମଗ୍ରୀ ବିକ୍ରି କରୁଛନ୍ତି।ତେଲ ଲୁଣ ସଂସାର ର ଦର ବୃଦ୍ଧି ଦେଖି ଅଣ୍ଡା, ମାଛ, ମାଂସ ଓ ଚିକେନ୍ ଦର ମଧ୍ୟ ଚଢ଼ା ଦରରେ ବିକ୍ରି ହେଉଛି।ବେଳ ଥାଉ ଥାଉ ଯଦି ସରକାର ଚେତିବେ ନାହିଁ ତାହା ହେଲେ ଆଗକୁ ବହୁ ଅସୁବିଧା ର ସାମ୍ନା କରିବାକୁ ପଡିବ ବୋଲି ସାଧରଣ ରେ ଆଲୋଚନା ହେଉଛି।

ad-week
Leave A Reply

Your email address will not be published.