
ଦାରିଙ୍ଗବାଡ଼ି, (୨୦/୦୭) : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାପ ପଞ୍ଚାୟର କୁମ୍ଭାରୀପଦର ଭୁସ୍ଖଳନ ଅଞ୍ଚଳକୁ ବ୍ଲକ ପ୍ରଶାସନ ଗତକାଲି ସିଲ କରିଥିବା ବିଡିଓ ଗଦାଧର ପାତ୍ର ସୂଚନା ପ୍ରଦାନ କରି ଛନ୍ତି। କୁମ୍ଭାରୀପଦର ଗାଁ ପାଖ ପାହାଡରେ ଗତ ବର୍ଷ ଭୁସ୍ଖଳନ ହୋଇ ଫାଟ ସୃଷ୍ଟି ହୋଉଥିଲା। ଲଘୁଚାପ ଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କୁମ୍ଭାରୀପଦର ଗ୍ରାମ ବାସୀଙ୍କ ସୁରକ୍ଷା କୁ ଦୃଷ୍ଟି ରଖି ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆ ଯାଇଛି। ଏଣୁ ଗତ କାଲି ବୁଧବାର ଦିନ ବିଡିଓ ଗଦାଧର ପାତ୍ର ଓ ତହସିଲଦାର ଶରତ ଶବର ପ୍ରମୁଖ କୁମ୍ଭାରୀପଦର ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ଭୁସ୍ଖଳନ ପାହାଡ଼ ରାସ୍ତାରେ ଯାତାୟାତ କରିବାକୁ ବାରଣ କରିଥିବା ଜଣାପଡିଛି। ପ୍ରକାଶ ଥାଉକି ଗତ ବର୍ଷ ଟେକ୍ନିକାଲ ଟିମ ଉକ୍ତ ଭୁସ୍ଖଳନ ଅଞ୍ଚଳରେ ପହଞ୍ଚି ଉକ୍ତ ସ୍ଥାନରୁ ମାଟି, ବାଲି, ପଥର ପରୀକ୍ଷା କରି ସେହି ସ୍ଥାନ ବିପଦ ଥିବା ସୂଚନା ଦେଇ ପାହାଡ଼ ତଳେ ଜଳ ସ୍ତର ପ୍ରବାହିତ ହେଉଥିବା ପ୍ରକାଶ କରିବା ପରେ ସେହି ଅଞ୍ଚଳକୁ ଯିବାକୁ ନିଷେଧ କରାଯାଇଥିଲା। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟି ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୁମ୍ଭାରୀପଦର ଗ୍ରାମ ବାସୀଙ୍କୁ ଅନ୍ୟତ୍ର ଥଇଥାନ ପାଇଁ ଜମି ଚିହ୍ନଟ କରାଯାଇ ସ୍ୱତନ୍ତ୍ର ଗୃହ ନିର୍ମାଣର ବ୍ୟବସ୍ଥା କରାଯାଉଛି। ହେଲେ କିଛି ପରିବାର ସରକାରଙ୍କ ଏହି ଘୋଷଣାକୁ ସ୍ୱାଗତ କରିଥିବା ବେଳେ ଆଉ କିଛି ପରିବାର ବିରୋଧ କରୁଥିବାରୁ ବ୍ଲକ ପ୍ରାସସନଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଥିବା ଜଣା ପଡ଼ିଛି।