ମୋଟର ଦୁର୍ଘଟଣା ମାମଲାର ଅନୁସନ୍ଧାନ ଉପରେଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ

add-all

ବ୍ରହ୍ମପୁର : ମୋଟର ଦୁର୍ଘଟଣା ମାମଲାର ଅନୁସନ୍ଧାନ ଉପରେଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଆଇଜି ସାଉଥ୍ ରେଞ୍ଜ, ସତ୍ୟବ୍ରତ ଭୋଇ ଯୋଗଦେଇ ସମସ୍ତ ଦୁର୍ଘଟଣା ତଥ୍ୟର ସଠିକ୍ ଅନୁସନ୍ଧାନ ଏବଂ ବିଶ୍ଳେଷଣ ଦ୍ୱାରା କିପରି ବୃଦ୍ଧି ପାଉଥିବା ୁ ଦୁର୍ଘଟଣାକୁ ହ୍ରାସ କରାଯାଇପାରିବ ସେ ନେଇ ପ୍ରଶିକ୍ଷଣ ଦେଇଥିଲେ | ସମ୍ମାନୀତ ଅତିଥିଭାବେ ଏସପି ବରହମପୁର, ଡକ୍ଟର ସର୍ବଣା ବିବେକ ଏମ ଯୋଗଦେଇ ସମସ୍ତ ଅଧିକାରୀଙ୍କୁ ତାଲିମ ବ୍ୟବହାର ଏବଂ ଦୁର୍ଘଟଣା ଘଟଣାର ଅନୁସନ୍ଧାନ ତଥା ଦୁର୍ଘଟଣା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ସମୟରେ ସର୍ବୋତ୍ତମ ପ୍ରୟାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଏହି ପ୍ରଶିକ୍ଷଣ ଶିବିରରେ ଗଞ୍ଜାମ ପୋଲିସ ଜିଲ୍ଲା ଏବଂ ବରହମପୁର ପୋଲିସ ଜିଲ୍ଲାର 35 ଜଣ ଅଧିକାରୀ ଯୋଗ ଦେଇଥିଲେ।ଏହି ତାଲିମ ପାଇଁ ଆରଟିଓ ମାନସ ରଞ୍ଜନ ସ୍ୱାଇଁ ସମସ୍ତ ପୋଲିସ ଅଧିକାରୀ ଏବଂ ଆରଟିଓ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ସ୍ୱାଗତ କରିଥିଲେ।ଏନ ଆଇ ସି ସଂଯୋଜକ ଗୁରୁ ପ୍ରସାଦ ଅଧିକାରୀମାନଙ୍କୁ ଦୁର୍ଘଟଣା ତଥ୍ୟ ସଂଗ୍ରହ ଏବଂ ବିଶ୍ଳେଷଣ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଥିବା iRAD ପ୍ରୟୋଗରେ ଦୁର୍ଘଟଣା ତଥ୍ୟ ସଂଗ୍ରହରେ ତାଲିମ ଦେଇଥିଲେ |ଦୁର୍ଘଟଣା ବିଶ୍ଳେଷଣ, ଦୁର୍ଘଟଣା ଯାନ ଏବଂ ସିସିଟିଭି ବିଶ୍ଳେଷଣ ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା।

ad-week
Leave A Reply

Your email address will not be published.