ଗ୍ରାମପଞ୍ଚାୟତର ନିଜସ୍ବ ସମ୍ବଳ ବୃଦ୍ଧି ସମ୍ପର୍କିତ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

add-all

ଦାରିଙ୍ଗବାଡ଼ି,(୨୦/୮) : ଦାରିଙ୍ଗବାଡ଼ି ବ୍ଳକ ସଭାଗୃହରେ ଗ୍ରାମ ପଞ୍ଚାୟତରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ ପ୍ରଶିକ୍ଷଣ କର୍ମଶାଳା ଜିଲ୍ଲା ପରିଷଦ, କନ୍ଧମାଳ,ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆୟୋଜନରେ ଅନୁଷ୍ଠିତ ହୋଇଛି । ଏହାକୁ ତାଲିମ ଦାତା ଭାବେ ବିଡିଓ ଗଦାଧର ପାତ୍ର, ଜିଲ୍ଲା ପରିଷଦ କାର୍ଯ୍ୟକ୍ରମ ପରିଚାଳକ ମନୋଜ କୁମାର ପ୍ରଧାନ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ମୁଖ୍ୟ କରି ମୁକ୍ତ ତଥା ଉନ୍ନତ ଜୀବିକା ଯୁକ୍ତ ପଞ୍ଚାୟତ ଗଠନ କରିବା ଏବଂ ଗ୍ରାମପଞ୍ଚାୟତର ନିଜସ ସମ୍ବଳ ବୃଦ୍ଧି ସମ୍ପର୍କିତ ଦକ୍ଷତା ବୃଦ୍ଧି କରି ଗ୍ରାମ ପଞ୍ଚାୟତର ପାରିବେଶର ରକ୍ଷଣବେକ୍ଷଣ ଏବଂ ପୁନରୁଦ୍ଧାର କରିବା,କ୍ଷୁଧାର ସମାପ୍ତି, ଜଳବାୟୁ ପରିବର୍ତନର ପ୍ରଭାବ କୁ ସମୁଚିତ ପଦ କ୍ଷେପ କରିବା ଲାଗି କାର୍ଯ୍ୟାନୁଷ୍ଠାନ, ଉତ୍ତମ ସ୍ବାସ୍ଥ୍ୟ ଏବଂ ଜୀବନ,ଚିରସ୍ଥାୟୀ ନଗରି ଏବଂ ଗୋଷ୍ଠୀ ସ୍ଥାପନ,ଉନ୍ନତ ଜୀବିକା ଏବଂ ଦାରିଦ୍ର୍ୟ ମୁକ୍ତ ଗ୍ରାମ,ଗୁଣାତ୍ମକ ଶିକ୍ଷା,ଅସମାନତା, ଲିଙ୍ଗଗତ ସମାନତା, ଶିଳ୍ପ ଏବଂ ଭିତିଭୂମିର ବିକାଶ କରିବା ପାଇଁବା ପାଇଁ ତାଲିମ ପ୍ରଦାନ କରିଥିଲେ । ଏଥିରେ ବ୍ଳକର ପାଞ୍ଚଟି ଗ୍ରାମ ପଞ୍ଚାୟତ ଦାରିଙ୍ଗବାଡ଼ି, ବାଡ଼ାବାଙ୍ଗା,ପ୍ଲିହେରି,ଗ୍ରୀନବାଡ଼ି ଓ ଶ୍ରାଅନିକେତା ପଞ୍ଚାୟତ ସରପଞ୍ଚ, ୱାର୍ଡ ସଭ୍ୟ, ଗ୍ରାମ୍ୟ ରୋଜଗାର ସେବକ,ଗାଁ ସାଥି ପ୍ରମୁଖ ଯୋଗଦେଇ ତାଲିମ ନେଇଥିଲେ ।

ad-week
Leave A Reply

Your email address will not be published.