
ଫୁଲବାଣୀ : କନ୍ଧମାଳ ଜିଲ୍ଲା କ.ନୁଆଗାଁ ର ସଭାଗୃହ ଠାରେ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଚୟନ ହୋଇଛି । ପ୍ରଥମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକରେ ଫୁଲବାଣୀର ସିନିୟର ସିଟିଜନ ମଞ୍ଚର ସଭାପତି ଏବଂ ସମ୍ପାଦକ ପଦ୍ମ ଚରଣ ସାହୁ ଏବଂ ଆୟୋଜକ ସମ୍ପାଦକ ପ୍ରଶ୍ନ କୁମାର ସାହାଣୀଙ୍କ ତତ୍ତ୍ଵାବଧାନରେ କ.ନୂଆଗାଁ ବ୍ଲକ ବରିଷ୍ଠ ନାଗରିକ ସଂଘର ସଭାପତି ଭାବରେ ଶ୍ୟାମ ଶୁନ୍ଦର ସାହୁ ଏବଂ ଉପସଭାପତି ଭାବରେ ପୀତବାସ ଚୌଧୁରି ସମ୍ପାଦକ ଭାବରେ ପୁରୁନ୍ଦର ପ୍ରଧାନ ସଂଗଠନ ସମ୍ପାଦକ ବିଜୟ କୁମାର ସାହୁ, ସହ ସମ୍ପାଦକ ଭାବରେ ପ୍ରକାଶ ଚନ୍ଦ୍ର ପାତ୍ର ଚୟନ କରାଯାଇଥିବା ବେଳେ ଉପଦେଷ୍ଟା ଭାବରେ ପଦ୍ମ ଚରଣ ସାହୁ ,ଉଦୟ ନାଥ ମହାପାତ୍ର ଏବଂ ହୁରିଆ ପ୍ରଧାନ, ଖଲି ମଲ୍ଲିକ, ଗୋପାଳ ଚନ୍ଦ୍ର ପଣ୍ଡା ଚଞ୍ଚଳା ପ୍ରଧାନ, ପ୍ରମୋଦ କୁମାର ପୃଷ୍ଟି,ଗୋପାଳ ପଣ୍ଡା, ଜହରଲାଲ୍ ବେହେରା କାର୍ଯ୍ୟ ନିର୍ବାହ ସଦସ୍ୟ ଭାବରେ ଚୟନ କରାଯାଇଛି ।ସେହିପରି ସାରଙ୍ଗଗଡ଼,ଫିରିଙ୍ଗିଆ ଏବଂ ଶଙ୍କରାଖୋଲ ଠାରେ ମଧ୍ୟ ସଂଘ ଗଠନ କରାଯାଇ ନୁତନ ସଭ୍ୟ ମାନଙ୍କୁ ସାମିଲ କରାଯାଇଛି l