
ରାୟପୁର : ଛତିଶଗଡର କାଙ୍କେର ଜିଲ୍ଲାର ତାଡ଼ୋକି ଥାନା ଅନ୍ତର୍ଗତ କୋଷରଣ୍ଡା ଠାରେ ଡ୍ୟୁଟିରେ କରୁଥିବା ସମୟରେ ଜଣେ ଏସଏସବି ଜବାନଙ୍କ ଉପରେ ଏକ ଵିଶାଳକାୟ ଗଛ ପଡି ଗମ୍ଭୀର ରୂପେ ଆହତ ହୋଇଛନ୍ତି l ସୂଚନା ଅନୁଯାଇ କାଙ୍କେର ଜିଲ୍ଲା ତାଡ଼ୋକି ଥାନା ଅନ୍ତର୍ଗତ କୋଷରଣ୍ଡା ନକ୍ସଲ ଅପେରସନ ପାଇଁ ସ୍ଥାପିତ ହୋଇଥିବା ଏସଏସବି 33ବାହିନୀର ଜଣେ ଯବାନ କ୍ୟାମ୍ପ ମଧ୍ୟରେ ସେଣ୍ଟ୍ରିଙ୍ଗ ଡ୍ୟୁଟି କରୁଥିବା ସମୟରେ ବର୍ଷା ଲାଗିରହିଥିବା ଯୋଗୁଁ ଆଜି ସକଳ ସମୟରେ ବିଶାଳକାୟ ଗଛ ଯବାନଙ୍କ ଉପରେ ପଡିଯିବାରୁ କନେଷ୍ଟବଳ ସନ୍ତୋଷ କୁମାରଗମ୍ଭୀର ରୂପେ ଆହତ ହୋଇଥିଲେ l ଘଟଣାସ୍ଥଳରୁ ସାଥି ଯବାନମାନେ ଵିଶାଳକାୟ ଗଛକୁ କାଟି ଯବାନଙ୍କୁ କାଢ଼ିବା ସହ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ ପ୍ରାଥମିକ ଚିକିତ୍ସା ହେଲା ପରେ ମୁଣ୍ଡ ଏବଂ ଶରୀରର ଅନ୍ୟ ଜାଗାରେ ଆଘାତ ଲାଗିଥିବାରୁ ଯବାନ ଜଣକୁ ଡାକ୍ତର ରାୟପୁରକୁ ରେଫର କରିଥିବା ଜଣାପଡିଛି l