ବିଶ୍ବକପ ଭାରତ-ପାକିସ୍ତାନ ମ୍ୟାଚ୍ : ହୋଟେଲ ରୁମ ମିଳୁନଥିବାରୁ ହସପିଟାଲ ବେଡ୍ ବୁକିଂ କରୁଛନ୍ତି ଦର୍ଶକ

add-all

ଅହମଦାବାଦ : ବିଶ୍ବକପରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମ୍ୟାଚର କ୍ରେଜ୍ ଦିନକୁ ଦିନ ବଢିଚାଲିଛି । ଅକ୍ଟୋବର ୧୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନିକିଆ ବିଶ୍ୱକପରେ ଉଭୟ ଦଳ ମୁହାଁମୁହିଁ ହେବେ । ମ୍ୟାଚ ପାଇଁ ଏବେଠାରୁ ଅହମ୍ମଦାବାଦର ହୋଟେଲଗୁଡ଼ିକ ପ୍ରାୟ ବୁକିଂ ହୋଇସାରିଛି ଏବଂ ଏହାର ମୂଲ୍ୟ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ହୋଟେଲ ରୁମ ଆଉ ମିଳୁନଥିବାରୁ ଫ୍ୟାନମାନେ ଏକ ନୂଆ ଆଇଡିଆ ବାହାର କରିଛନ୍ତି । ସେମାନେ ଅହମ୍ମଦାବାଦର ହସପିଟାଲରେ ଶଯ୍ୟା ବୁକ୍ କରୁଛନ୍ତି । ଏହା ଫଳରେ ସେମାନେ ମହଙ୍ଗା ହୋଟେଲ ବଦଳରେ ଶସ୍ତାରେ ରହିବା ସୁବିଧା ପାଇପାରୁଛନ୍ତି ।
ଅହମ୍ମଦାବାଦ ମିରରର ଖବର ଅନୁଯାୟୀ, ଅହମ୍ମଦାବାଦରେ ହୋଟେଲର ଗୋଟିଏ ଦିନର ଭଡ଼ା ପାଖାପାଖି ୫୦ ହଜାରରେ ପହଞ୍ଚିଛି। ସେହିପରି ହସ୍ପିଟାଲରେ ଗୋଟିଏ ରହିବା ପାଇଁ ସେମାନଙ୍କୁ ମାତ୍ର ୩ ହଜାରରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ, ଯାହା କି ହୋଟେଲ ଭଡ଼ା ଠାରୁ ପ୍ରାୟ ୨୫ ହଜାର ଟଙ୍କା କମ୍। ଏକ ଘରୋଇ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ପାସର ଶାହା କହିଛନ୍ତି ଯେ ଡାକ୍ତରଖାନାରେ ସେମାନେ ପୂର୍ଣ୍ଣ ଶରୀର ପରୀକ୍ଷା ଏବଂ ରାତିରେ ରହିବାକୁ କହୁଛନ୍ତି, ଯାହାଦ୍ୱାରା ସେମାନଙ୍କର ଉଭୟ କାମ ହୋଇପାରିବ । ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ।

ad-week
Leave A Reply

Your email address will not be published.