୩୧ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ସମଗ୍ର ଶିକ୍ଷା ପ୍ରକଳ୍ପ କୋ-ଅର୍ଡିନେଟର୍

Independence

ବଲାଙ୍ଗିର:ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗିର ଡିପିସି ଅଫିସର ଜେଣ୍ଡର କୋଅର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀ। ୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ପୁଷ୍ପାଙ୍ଗିନୀ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି।

ପାଟଣାଗଡ଼ ବ୍ଲକ ସୋଲବନ୍ଧ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମିତ୍ରଭାନୁ ମାଝୀ ତାଙ୍କର ବକେୟା ବିଲ୍‌ ଆଡ଼ଜଷ୍ଟମେଣ୍ଟ ଓ ଏନଓସି ସାର୍ଟିଫିକେଟ ପାଇଁ  ଡିପିସି ଅଫିସ ଆସିଥିଲେ। ସେଠାରେ ଦାୟିତ୍ୱରେ ଜେଣ୍ଡର କୋଅଡିନେଟର ପୁଷ୍ପାଙ୍ଗିନୀଙ୍କ ପାଖକୁ ଯାଇ ନିଜର ବିଲ୍‌ କରିଦେବା ପାଇଁ କହିଥିଲେ। ପୁଷ୍ପାଙ୍ଗିନୀ ମଧ୍ୟ ବିଲ୍ କରିଦେବେ ବୋଲି ହଁ ମାରିଥିଲେ।  ହେଲେ କାମ କରୁ ନଥିଲେ।   ଆଜି ହୋଇଯିବ କାଲି ହୋଇଯିବ ବୋଲି ପୁଷ୍ପାଙ୍ଗିନୀ ଦିନ ଗଡ଼ାଉଥିଲେ। 

ପରେ ପୁଷ୍ପାଙ୍ଗିନୀ ମିତ୍ରଭାନୁଙ୍କୁ ବିଲ୍ କରିବା ପାଇଁ ୩୧ ହଜାର ଟଙ୍କା ମାଗିଥିଲେ। ଏନେଇ ମିତ୍ରଭାନୁ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ। ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀ ଅଫିସରେ ଛକି ରହିଥିଲେ। ପୁଷ୍ପାଙ୍ଗିନୀ ଆଜି ଅଫିସରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ପୁଷ୍ପାଙ୍ଗିନୀ ଠାରୁ ରଙ୍ଗବୋଳା ଟଙ୍କା ଜବତ କରିବା ସହ ଗିରଫ କରିଥିଲା।

ad-week
Leave A Reply

Your email address will not be published.