ଓଡ଼ିଶା ରାଜ୍ୟ ଘରୋଇ ବିଦ୍ୟାଳୟ ସଂଘର ବିକ୍ଷୋଭରେ ବନ୍ଦ୍ ପାଳିଲେ ଚିତ୍ରକୋଣ୍ଡା ଡି.ଏ.ଭି. ଗୁରୁକୁଳ ବିଦ୍ୟାଳୟ

add-all

ଚିତ୍ରକୋଣ୍ଡା (୨୧/୦୭) : ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ , ମନମୁଖୀ କାର୍ଯ୍ୟକ୍ରମ ଓ ଘରୋଇ ବିଦ୍ୟାଳୟ ମାରଣନୀତି ବିରୁଦ୍ଧରେ ଅନିର୍ଦ୍ଦିଷ୍ଟ କାଳୀନ ରାଜ୍ୟସ୍ତରୀୟ ବିକ୍ଷୋଭ ୨୧ ଜୁଲାଇ ୨୦୨୩ ଅର୍ଥାତ୍ ଆଜି ଠାରୁ ଆରମ୍ଭ ହୋଇଛି । ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଡିଏଭି ଗୁରୁକୁଳ ରେ ମଧ୍ୟ ଏହି ବିକ୍ଷୋଭର ପ୍ରଭାବ ଦେଖିବାକୁ ମିଳିଥିଲା। ରାଜ୍ୟସ୍ତରୀୟ ବିକ୍ଷୋଭକୁ ସମର୍ଥନ କରି ଚିତ୍ରକୋଣ୍ଡା ଡି.ଏ.ଭି. ଗୁରୁକୂଳ ବିଦ୍ୟାଳୟ ଆଜି ବନ୍ଦ୍ ରହିଥିଲା । ତେବେ ୫ଦଫା ଦାବୀ ପୂରଣ ନିମନ୍ତେ ଆଜି ସାରା ଓଡ଼ିଶାର ଘରୋଇ ବିଦ୍ୟାଳୟ ଗୁଡ଼ିକ ବନ୍ଦ୍ କରାଯାଇଥିବା ବିଦ୍ୟାଳୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଦାବୀ ମୁତାବକ ନିଜସ୍ଵ ଭିତ୍ତିଭୂମି ଥିବା ସମସ୍ତ ଘରୋଇ ବିଦ୍ୟାଳୟକୁ ଆଜୀବନ C.O.R. ଦେବା, ଭଡ଼ା ଘରେ କାର୍ଯ୍ୟରତ ବିଦ୍ୟାଳୟ ଗୁଡ଼ିକ ନିମନ୍ତେ ଅନ୍ୟୁନ ୧୦ ବର୍ଷ ନିମନ୍ତେ C.O.R. ପ୍ରଦାନ କରିବା, ଶିକ୍ଷା ଅଧିକାର ଅଧିନିୟମ ମୁତାବକ ୨୫% ମାଗଣା ନାମଲେଖା ଯାଉଥିବା ଶିକ୍ଷାର୍ଥୀଙ୍କ ବାବଦରେ ପ୍ରତିପୂରଣ ଦେବା, ମାଗଣାରେ ସରକାରୀ ପାଠ୍ୟପୁସ୍ତକ ଯୋଗାଇଦେବା ଏବଂ ଘରୋଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ନିମନ୍ତେ ସ୍ବତନ୍ତ୍ର ଆର୍ଥିକ ଅନୁମୋଦନ ପ୍ରଦାନ କରିବା ଭଳି ମୋଟ୍ ୫ଦଫା ଦାବୀକୁ ଅବିଳମ୍ବେ ରାଜ୍ୟ ସରକାର ପୂରଣ କରିବା ନିମନ୍ତେ ଏହି ବନ୍ଦ୍ ପାଳନ ଉଦ୍ଦିଷ୍ଟ ଥିବା ଅନୁଷ୍ଠାନର ସମ୍ପାଦକ ରାକେଶ ମହାରଣା ଓ ବିଦ୍ୟାଳୟର ଅଧ୍ୟକ୍ଷା ରାଜଲଷ୍ମୀ ଦାଶ ପ୍ରକାଶ କରିଛନ୍ତି । ବିଦ୍ୟାଳୟରେ ଏହି ବନ୍ଦ୍ ପାଳନ ନିମନ୍ତେ ଶୈକ୍ଷିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ଠପ୍ ରହିଥିବା ବେଳେ ବିଦ୍ୟାଳୟ ଅଧ୍ୟକ୍ଷା ରାଜଲଷ୍ମୀ ଦାସ ଏବଂ ମିସ ସରସ୍ବତୀ ଖରା, ସୁମିତ୍ରା ନାୟକ, ପୁନମ ବାଘ, ସରସ୍ବତୀ ପ୍ରଧାନ ଓ ମଞ୍ଜୁ ସାଗର ପ୍ରଭୃତି ଉପସ୍ଥିତ ରହି ଆଜିର ଏହି ବନ୍ଦ୍ ପାଳନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ ।

ad-week
Leave A Reply

Your email address will not be published.