ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା, ପରିତ୍ୟକ୍ତ ସ୍ଥାନରୁ ଜୀବନ୍ତ ଶିଶୁ କନ୍ୟା ଉଦ୍ଧାର…

add-all

ମାଲକାନଗିରି : ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା, ଜରି ବସ୍ତା ମଧ୍ୟରେ ନବଜାତ ଶିଶୁ କନ୍ୟା କୁ ଖତ ଗଦାରେ ଫିଙ୍ଗା ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର।ସୂଚନା ଅନୁଯାୟୀ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ତଳସାହି ଠାରେ ଅଳିଆ ଆବର୍ଜନା ପରିପୂର୍ଣ୍ଣ ଏକ ଖତ ଗଦାରୁ ଗୋଟିଏ ଛୋଟ ଛୁଆ କାନ୍ଦିବା ସଦ୍ଧ ଶୁଭିଥିଲା । ଭୋର ପ୍ରାୟ ୪ଟା ସମୟରେ କୌଣସି ବ୍ୟକ୍ତି ଏକ ଶିଶୁକନ୍ୟା କୁ ଜରିବସ୍ତା ମଧ୍ୟରେ ଭର୍ତ୍ତି କରି ଛାଡି ଚାଲିଯାଇଥିବା ବେଳେ ସ୍ଥାନୀୟ କିଛି ପରିବାରର ଲୋକେ ଶିଶୁକନ୍ୟାଟିର କାନ୍ଦ ଶୁଣି ପ୍ରଥମେ ସାହି ପଡିସାଘରୁ ଏହି ସଦ୍ଧ ଆସୁଥିବା ଅନୁମାନ କରିଥିଲେ । କିନ୍ତୁ ଅନବରତ କାନ୍ଦ ସ୍ୱର ଶୁଣି କିଛି ଲୋକେ ଲାଇଟ ଧରି କାନ୍ଦ ଆସୁଥିବା ସ୍ଥାନକୁ ଯାଇ ଦେଖିବାକୁ ପାଇଲେ ଯେ ଏକ ଜରିବସ୍ଥା ମଧ୍ୟରୁ ଏହାଶୁଣା ଯାଉଛି । ଜରିବସ୍ତା କୁ ଭଲଭାବେ ନିରୀକ୍ଷଣ କରିବାରୁ ସଦ୍ୟ ନବଜାତ ଶିଶୁକନ୍ୟା ଦେଖିବାକୁ ପାଇଥିଲେ । ଏହା କୌଣସି ପାପଗର୍ଭ ନଚେତ କନ୍ୟା ଜନ୍ମ ଯୋଗୁଁ ବୋଧ ହୁଏ କେହି ଏହାକୁ ଏଠାରେ ପକାଇ ଯାଇଥିବା ଅନୁମାନ କରାଯାଉଛି । ଆଜି ସମାଜରେ ଶିଶୁକନ୍ୟା ଅଲୋଡା ହୋଇ ପଡିଥିବା ସାହିବାସିନ୍ଦାଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟି ଥିଲା । ତେବେ ସ୍ଥାନୀୟ ଲୋକେ ଏହି ଶିଶୁ କନ୍ୟା କୁ ଦେଖି ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ କର୍ମୀଚାରି ପହଞ୍ଚି ଶିଶୁକନ୍ୟା କୁ ନିଜ ହେପାଯତକୁ ନେଇ ଶିଶୁକନ୍ୟା ର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ତେବେ ଜନବସତି ମଧ୍ୟରେ କିଏ ଓ କାହିଁକି ଏପରି କରିଛି ତାହାର ସତ୍ୟତା ଯାଞ୍ଚ କରିବା ଓ ଏପରି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।

ad-week
Leave A Reply

Your email address will not be published.