ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ କାମ କରୁଛନ୍ତି, ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି : ରାଜସ୍ବ ମନ୍ତ୍ରୀ

add-all

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ସମ୍ବିଧାନିକ ନିୟମ ଭଙ୍ଗ କରୁଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ କାର୍ଯ୍ୟକାରୀ କରି ଆସୁଛନ୍ତି। ସେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି। କୌଣସି ଦଳୀୟ ପତାକା ଧରୁ ନାହାନ୍ତି। ତେଣୁ ସମ୍ବିଧାନ କେଉଁଠି ଭାଙ୍ଗିଲେ ? ଯଦି ଦଳୀୟ ପତାକା ତଳେ ବସିଥାନ୍ତେ, ଦଳୀୟ ସଭାରେ ଯୋଗ ଦେଇଥାନ୍ତେ, ତା’ହେଲେ ସମ୍ବିଧାନ ଭାଙ୍ଗିଲା ବୋଲି କୁହାଯାଇ ପାରନ୍ତା। ମାତ୍ର ସେପରି କିଛି ତ ସେ କରୁନାହାନ୍ତି।
ସେହିପରି ଶ୍ରୀମନ୍ଦିରର ୪ଟି ଦ୍ଵାରା ଖୋଲା ପ୍ରସଙ୍ଗରେ ଶ୍ରୀମତୀ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ସରକାର ଜାଣି ଶୁଣି ଲୋକଙ୍କୁ ହଇରାଣ କରୁନାହାନ୍ତି। ଯେତେବେଳେ ଆବଶ୍ୟକ ହେବ ନିଶ୍ଚିତ ଭାବରେ ୪ଟି ଦ୍ବାର ଖୋଲା ଯିବ। ଯେହେତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲିଛି, ସେହି କାରଣରୁ ଶ୍ରୀମନ୍ଦିର ୪ଟି ଦ୍ଵାର ଖୋଲାଯାଇପାରୁ ନାହିଁ। ଅନ୍ୟପଟରେ ଭକ୍ତମାନେ ଯଦି ୪ଟି ଦ୍ଵାର ଦେଇ ଯିବେ ସେଥିରେ କେହି ଆହତ ହେବାର ସମ୍ଭାବନା ରହିଛି। ତେଣୁ ଉଚିତ ସମୟ ଆସିଲେ ନିଶ୍ଚୟ ୪ ଦ୍ଵାରା ଖୋଲାଯିବ।
ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ମହାପ୍ରଭୁଙ୍କ ସହ ଭକ୍ତମାନଙ୍କ ପ୍ରତ୍ୟକ୍ଷ ଭାବାବେଗ ଯୋଡ଼ି ହୋଇରହିଛି। ହଜାର ହଜାର ବର୍ଷ ପୂର୍ବରୁ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଭାବରେ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଚାରି ଦ୍ୱାର ଦର୍ଶନର ବ୍ୟବସ୍ଥା କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଏହି ପ୍ରସଙ୍ଗରେ ସମ୍ବେଦନଶୀଳ ହୋଇ ସମସ୍ତଙ୍କ ସହ ଆଲୋଚନା କରି ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ପାଇଁ ପଦକ୍ଷେପ ନିଅନ୍ତୁ। ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବାଧା ସୃଷ୍ଟି କରାନଯାଉ।

ad-week
Leave A Reply

Your email address will not be published.