ମା’ ପାଟଖଣ୍ଡା ମନ୍ଦିରର ଉନ୍ନତି କରଣ ନିମନ୍ତେ ଶିଳାନ୍ୟାସ

add-all

ଦାରିଙ୍ଗବାଡି, (୨୨/୭) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ରେ ଥିବା ମା ପାଟଖଣ୍ଡା ମନ୍ଦିର ର ଉନ୍ନତି କରଣ ପାଇଁ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ। ଏ ଅବସରରେ ସମ୍ମାନିତ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ, ବିଜେଡ଼ି ବ୍ଲକ ସଭାପତି ଜ୍ୟୋତିରାଜ୍ ପ୍ରଧାନ ଯୋଗ ଦେଇଥିଲେ। ବିଧାୟକ ପ୍ରଥମେ ଗ୍ରୀନ୍ ବାଡ଼ି ଗ୍ରାମରେ ଥିବା କାଳୀ ମନ୍ଦିର ଉନ୍ନତିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ପାଣ୍ଠି ରୁ ସହାୟତା କରିବା ସହିତ ଏହାର ଶିଳାନ୍ୟାସ କରିଥିଲେ। ଏହା ପରେ ପଟଖଣ୍ଡା ମନ୍ଦିର ର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ମନ୍ଦିର କମିଟି ସଦସ୍ୟ ତଥା ବରିଷ୍ଠ ନାଗରିକ ପତିତପାବନ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମନ୍ଦିର କମିଟି ସଭାପତି ରାଜେନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମନ୍ଦିର କମିଟି ସମ୍ପାଦକ ବିରଞ୍ଚି ନାରାୟଣ ସାହୁ ଙ୍କ ସମେତ କମିଟି ସଦସ୍ୟ ଏବଂ ଅନ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସମସ୍ତ ସହଯୋଗ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କ ପାଇଁ ମନ୍ଦିରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

ad-week
Leave A Reply

Your email address will not be published.