ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ଦ୍ୱାରା ବୃଦ୍ଧାଙ୍କୁ ଥଇଥାନ

add-all

ବେଲଗୁଣ୍ଠା(୨୫/୦୭) : ଦୀର୍ଘ ଚାରି ବର୍ଷ ଧରି ଅସହାୟ ଭାବେ ଜୀବନ ବିତାଇବା ପରେ ଆଜି ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ସହାୟତାରେ ବେଲଗୁଣ୍ଠା ବ୍ଳକ୍ ତନରଡା ପଂଚାୟତ ବାଣତୁମ୍ବ ଗ୍ରାମର କୁମାରୀ ପାଳ ଆଜି ପୁରୁଷୋତ୍ତମପୁର ନିକଟସ୍ଥ ଭୂତସରସିଙ୍ଗି ସ୍ଥିତ ସୁଭଦ୍ରା ମହତାବ ସେବା ସଦନରେ ଥଇଥାନ ହୋଇଛନ୍ତି | ସୂଚନା ପ୍ରକାରେ କୁମାରୀ ପାଳଙ୍କୁ ତାଙ୍କ ପୁଅ ବୋହୂ ପଚାରୁନଥିବା ବେଳେ ସେ ଚାରିବର୍ଷ ଧରି ଗଛ ମୂଳ ଏବଂ ବାର ଲୋକର ପିଣ୍ଡାରେ ଅସହାୟ ଭାବେ ଜୀବନ ବିତାଉଥିଲେ | ପୂର୍ବରୁ ବରିଷ୍ଠ ନାଗରୀକ ସହାୟତା କେନ୍ଦ୍ର ପକ୍ଷରୁ ତାଙ୍କୁ ଥଇଥାନ କରିବା ପାଇଁ ପ୍ରଚେ଼ଷ୍ଟା କରାଯାଇଥିଲେ ମଧ୍ୟ କୁମାରୀଙ୍କର ମାନସିକ ବିକୃତି ଥିବାରୁ ତାଙ୍କୁ ଥଇଥାନ କରିବାରେ ସମସ୍ୟା ହୋଇଥିଲା | ଆଜି ବରିଷ୍ଠ ନାଗରୀକ ସହାୟତା କେନ୍ଦ୍ରର ଫିଲ୍ଡ ଅଫିସର୍ ନିରାକାର ବିଷୋୟୀଙ୍କ ନେତୃତ୍ୱରେ କୁମାରୀଙ୍କୁ ସୁଭଦ୍ରା ମହତାବ ସେବା ସଦନକୁ ସ୍ଥାନାନ୍ତର କରାଯାଇଛି I ଏହି ସମୟରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀ, ଥାନା ଅଧିକାରୀ ପ୍ରକାଶ କୁମାର ସାହୁ, ସାମାଜିକ ସୁରକ୍ଷା ଅଧିକାରୀ ଜଗନ୍ନାଥ ସାହୁ, ଜୁନିୟର୍ ଆସିଷ୍ଟାଣ୍ଟ୍ ସୁମନ ସାହୁ, ଏଏସ୍ଆଇ ଅନୁ ମଲ୍ଲିକ, କନେଷ୍ଟବଲ୍ ରଶ୍ମିତା ଗୌଡ଼, ବିଜୟ କୁମାର ସାହୁ, ଶ୍ରୀରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ I ବର୍ତ୍ତମାନ ସୁଭଦ୍ରା ମହତାବ ସେବା ସଦନରେ କୁମାରୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି I ବାଣତୂମ୍ବରେ ରହୁଥିବା ସମୟରେ କୁମାରୀଙ୍କୁ ପାଞ୍ଚ ଶହ ଟଙ୍କା ସହାୟତା ରାଶି ମିଳୁଥିବା ବେଳେ ସେହି ଟଙ୍କା ବର୍ତ୍ତମାନ କୁମାରୀ ରହୁଥିବା ସ୍ଥାନରେ ଯୋଗାଇଦିଆଯିବ l କୁମାରୀଙ୍କର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଜୁନିୟର୍ ଆସିଷ୍ଟାଣ୍ଟ ସୁମନ ସାହୁ ସୂଚନା ଦେଇଛନ୍ତି I

ad-week
Leave A Reply

Your email address will not be published.