ନନ୍ଦିଗାଁ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

add-all

ପାତ୍ରପୁର : ପାତ୍ରପୁର ବ୍ଲକ ଖରଣୀପଡା ପଞ୍ଚାୟତ ଅନ୍ତର୍ଗତ ନନ୍ଦିଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଧୋବା ପାଢ଼ୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖରଣୀପଡ଼ା ପଞ୍ଚାୟତ ର ସରପଞ୍ଚ ଜିତେନ୍ଦ୍ର କୁମାର ପଣ୍ଡା,ସମ୍ମାନିତ ଅତିଥି ଭାବେ ସିଆରସିସି ରାଜେଶ କୁମାର ପ୍ରଧାନ ଯୋଗଦେଇ ୧୦୦ ଜଣ ଛାତ୍ରଛାତ୍ରୀ ଙ୍କୁ ପୋଷାକ ଓ ଜୋତା ବିତରଣ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମା ଚରଣ ରଣା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲାବେଳେ ସହକାରୀ ଶିକ୍ଷକ ଦୀପକ କୁମାର ପଣ୍ଡା, ସୁରେନ୍ଦ୍ର ସେଠୀ, ସୁଶାନ୍ତ ପ୍ରଧାନ, ରମେଶ ବେହେରା ପ୍ରମୁଖ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.