ଛତ୍ରପୁର ଏନଏସି ରେ ମୁକ୍ତା ଯୋଜନା ଏବଂ ଆବାସ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ

add-all

ଛତ୍ରପୁର : ସ୍ଥାନୀୟ ଏନଏସି କଲ୍ୟାଣ ମଣ୍ଡପ ପରିସରରେ ଛତ୍ରପୁର ଏନଏସି ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ରେ (ମୁକ୍ତା) ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ମହିଳା ମାନେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କିଛି କରିବା ସହ ମିଳିତ ଭାବେ କିପରି ରୋଜଗାରକ୍ଷମ ହୋଇପାରିବେ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହା ଏସ. ଏଚ. ଜି ଏବଂ ଏସ.ଡ଼ି. ଏ ଗୋଷ୍ଠି ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡୁଡା ପିଡି ନୀଳମାଧବ ଭୋଇ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, କାଉନସିଲର ଟି. ଗଣେଶ ରେଡ୍ଡୀ,ଅମରେଶ ମହାରଣା,ମାମା ସେଠି, ଡି. ଇନ୍ଦୁ,ଏମ ୱାଣୀ ସେନାପତି,ପ୍ରୀତି ଛନ୍ଦା ସାମଲ, ଦେବାଶିଷ ମିଶ୍ର, ସନ୍ତୋଷୀ ସେଠି, ଵି. ନିଶ୍ଚଳା,ସୁମନ୍ତ କୁମାର ନାହାକ,ଏମ. ଅରୁନ୍ଧତୀ ରେଡ୍ଡୀ ଓ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ମଧ୍ୟ ବିଧାୟକ ଏବଂ ଅନ୍ୟାନ୍ୟ ଅତିଥି ମାନେ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ, ଏଥିରେ ଛତ୍ରପୁର ଏନଏସିର ବହୁ ସଂଖ୍ୟକ ମିଶନ ଶକ୍ତି ମହିଳା, ହିତାଧିକାରୀ ଏବଂ ଛତ୍ରପୁର ଏନଏସି ର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.