ବିଜୁଳି ବିଭାଗର ବେପରୁଆ ମନବୃତି,ଭାଙ୍ଗି ପଡିଥିବା ବିଜୁଳି ଖୁଣ୍ଟିରୁ ବିଦ୍ୟୁତ ସଂଯୋଗ କାଟିବାକୁ ସମୟ ନାହିଁ…

add-all

କୌଣସି ଦୁର୍ଘଟଣା ଘଟିଲେ ଦାୟି ରହିବ କିଏ…?

ମାଲକାନଗିରି : ଆଜି ଦିନ ଘ୧.୩୦ମିନିଟ ସମୟରେ ଦୈନିକ ବଜାର ରାସ୍ତାରେ ଲଗାଣ ବର୍ଷାଯୋଗୁଁ ଏକ ବିଦ୍ୟୁତ ପୋଲ ଆପେଆପେ ନଇଁ ପଡିବା ସହ ବଜାରକୁ ଯିବା ଆସିବା ରାସ୍ତାରେ ଭୂମିଠୁ ପ୍ରାୟ ୫ଫୁଟ ଗଛଉପରେ ଝୁଲି ରହିଥିଲା ବେଳେ ଏହାର କେତେ ବିଜୁଳି ତାର ଭୂମି ସ୍ୱର୍ଶ୍ୱ କରୁଥିବା ଦେଖୀବାକୁ ମିଳିଥିଲା । ଏଥିରେ ସମ୍ପୂର୍ଣ୍ଣ ବିଜୁଳି ସଂଯୋଗ ରହିବା ସହିତ ଏହି ଖୁଣ୍ଟରେ ଲାଗିଥିବା ଷ୍ଟ୍ରୀଟ ଲାଇଟ ଜଳି ରହିଥିଲା । ଅଘଟଣ ର ଆଶଙ୍କା ନେଇ କିଛି ଲୋକ ବିଜୁଳି ସଂଯୋଗ କାଟିବା ନିମନ୍ତେ ବିଭାଗୀୟ କର୍ମଚାରୀ ଙ୍କୁ ଫୋନକରି ଜଣାଇଥିଲେ କିନ୍ତୁ ବିଭାଗୀୟ କର୍ମଚାରୀ ବିପଦ ପୂର୍ଣ ହୋଇଥିବା ଜାଣିସୁଧା ଏହାକୁ ନଜରାନ୍ଦାଜ କରି ସଠିକ ସମୟରେ ଆସିନଥିଲେ ପ୍ରାୟ ୩୦ମିନିଟ ବିଳମ୍ବରେ ପରେ ଜୈନେକ କର୍ମଚାରୀ ଆସି ବିଜୁଳି ସଂଯୋଗ ବିଛିନ୍ନ କରିଥିଲେ । ଏହି ସମୟ ମଧ୍ୟରେ କୌଣସି ଜୀବଜନ୍ତୁ କିମ୍ୱା ମନୁଷ୍ୟ ବିଜୁଳି ସଂସ୍ପର୍ଶରେ ଆସି ଅଘଟଣ ଘଟିଥିଲେ କର୍ତ୍ତୃପକ୍ଷ ଦାୟୀ ରହି ଥାଅନ୍ତେ କି ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ହେବା ସହ ବିଜୁଳି ବିଭାଗର ଖାମ ଖିଆଲି ନୀତିକୁ ନା ପସନ୍ଦ କରିଛନ୍ତି ।

ad-week
Leave A Reply

Your email address will not be published.