ମାଲକାନଗିରିରେ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ସଚେତନତା ଶିବିର

add-all

ମାଲକାନଗିରି : ମାଲକାନଗିରି ଆଜି ଜିଲ୍ଲାପରିଷଦ ମାଲକାନଗିରି ସଭାଗୃହ ରେ ଏକ ଶିଶୁ ସୁରକ୍ଷା ସମ୍ଭନ୍ଧୀୟ କର୍ମଶାଳା ଆୟୋଜିତ ହୋଇଯାଇଅଛି l ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ମାଲକାନଗିରି ଓ ଓଡିଶା ଜୀବିକା ମିଶନ, ମାଲକାନଗିରିର ମିଳିତ ଆନୁକୂଲ୍ୟରେ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତକରିବା, ସମସ୍ତ ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ପୁନର୍ବାର ବିଦ୍ୟାଳୟରେ ନାମଲେଖାଇବା, ଧନ୍ଦାମୂଳକଶିକ୍ଷା ଦ୍ୱାରା ପିଲାଙ୍କୁ ଆତ୍ମନିର୍ଭରଶିଳ କରାଇବା ଏବଂ ଯୌନଶୋଷଣରୁ ଶିଶୁ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଜିଲ୍ଲା ରେ ପୁଅ-ଝିଅ ମଧ୍ୟରେ ଥିବା ଲିଙ୍ଗଗତ ଭେଦଭାବକୁ ଦୂରକରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟଉଦେଶ୍ୟ ରହିଥିଲା l
ଉକ୍ତକାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ପ୍ରଧାନ, ଜିଲ୍ଲା ସଂଯୋଜକ (Action Aid) ଶ୍ରୀ ଦଳପତି ନାୟକ, ରାଜ୍ୟ ସ୍ତରୀୟ ପ୍ରଶିକ୍ଷକ (PCI India) ଶ୍ରୀଯୁକ୍ତ ମନୋଜ କୁମାର ସାହୁ, ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ପବିତ୍ର ମୋହନ ବାର, ଜିଲ୍ଲା ସଂଯୋଜକ ଶ୍ରୀମତୀ ତୃପ୍ତିମୟୀ ପଣ୍ଡା, ସୁଦେଷ୍ଣା ରାଉତ, କୁଞ୍ଜଲତା ପ୍ରଧାନ ଏବଂ ଜିଲ୍ଲା ର ପଞ୍ଚାୟତ ସ୍ତରରରୁ ଆସିଥିବା ସମସ୍ତ ପ୍ରେରଣା ଦିଦି ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ I ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦାସ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.