ମାଓବାଦୀଙ୍କ ସହୀଦ ସପ୍ତାହ ପୂର୍ବରୁ ସୁରକ୍ଷା ବ୍ୟବସ୍ତା କଡାକଡି

add-all

ମାଲକାନଗିରି, (୨୭।୭) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା କାଲିଠାରୁ ଅର୍ଥାତ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ସହୀଦ ସପ୍ତାହ ପାଳନ ହେବାକୁ ଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଯେପରି ମାଓବାଦୀଙ୍କ ଦ୍ୱାରା କୌଣସି ଅଘଟଣ ନଘଟେ ସେଥିପାଇଁ ଜିଲ୍ଲାରେ ସୁରକ୍ଷାକୁ କଡାକଡି କରା ଯାଇଥିବା ଏସ୍‌.ପି. ନିତିଶ୍ ବାଧ୍ୱାନୀ ପ୍ରକାଶ କରିଛନ୍ତିା ଏଥିସହ ଛଅଟି ସ୍ୱତନ୍ତ୍ର ଟିମ୍ ଗଠନ କରା ଯାଇ ବିଭିନ୍ନ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଅଗ୍ରାଧିକାର ଦିଆ ଯାଇଥିଲା ବେଳେ ଗୁଇନ୍ଦା ବିଭାଗକୁ ସକ୍ରୀୟ କରାଯାଇଛିା ଜିଲ୍ଲାର ସୀମାନ୍ତରେ ଜାନବାହାନକୁ କଡାକଡି ଭାବେ ଯାଞ୍ଚ କରିବା ପାଇଁ ଆନ୍ଧ୍ରପ୍ରଦେଶ ସୀମାନ୍ତ ମୋଟୁ, ଛତିଶଗଡ ସୀମାନ୍ତ ଚଲାଣଗୁଡା ଓ ପଡିଆ ସୀମାରେ ପୋଲିସ ତରଫରୁ ଜାନବାହାନ ଯାଞ୍ଚ ପ୍ରକ୍ରିୟାକୁ ତରାନ୍ୱିତ କରା ଯାଇଛିା ଓଡିଶା ପୋଲିସ, ଡିଭିଏଫ. ଇି.ଏସ୍‌ଏଫ୍‌. ଜବାନ ମାନେ ବିଭିନ୍ନ ଅଞ୍ଚଳରେ ମୁତୟନ କରାଯିବା ସହ ଯେପରି କୌଣସି ଅଘଟଣ ମାଓବାଦୀଙ୍କ ଦ୍ୱାରା ନହୁଏ ସେଥିପ୍ରତି କଡା ନଜର ରଖା ଯିବାର ବ୍ୟବସ୍ଥା ହୋଇଛିା ତେବେ ପୂର୍ବରୁ ସୀମାନ୍ତ ଅଞ୍ଚଳରେ ଅନେକ ମାଓ ସଂଗଠନ ତରଫରୁ ବିଭିନ୍ନ ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ଏହି ସହିଦ ସପ୍ତାହକୁ ସମସ୍ତେ ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତିା ଲାଲବାହିନୀ ମାନେ ସହିଦ ଦିବସକୁ ପାଳନ କରି ଜଳ, ଜମି, ଜଙ୍ଗଲ ପାଇଁ ଲଢେଇ କରି ସହୀଦ ହୋଇଥିବା ଲାଲବାହୀନିଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ଏହି ପୋଷ୍ଟରରେ ଉଲ୍ଲେଖ ରହିଛି । ଅନ୍ୟ ପକ୍ଷରେ ବିଗତ ଦିନ ଗୁଡିକରେ ଲାଲବାହିନୀ ସହୀଦ ଦିବସରେ ବ୍ୟାପକ ହିଂସାକାଣ୍ଡ ଘଟାଇଥିବାର ନଜିର ରହିଥିବାରୁ ମାଓବାଦୀଙ୍କ ସହୀଦ ସପ୍ତାହକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନକୁ ସମସ୍ତ ସରକାରୀ ବସ ଚଳାଚଳକୁ ବନ୍ଦ ।

ad-week
Leave A Reply

Your email address will not be published.