ଯୁବ ସମ୍ବାଦ ଭାରତ @୨୦୪୭

add-all

ଫୁଲବାଣୀ : କଲ୍ୟାଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଫୁଲବାଣୀ, କନ୍ଧମାଳ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ଫୁଲବାଣୀ , କନ୍ଧମାଳର ମିଳିତ ଆନୁକୂଲ୍ୟରେ ଯୁବ ସମ୍ବାଦ-ଭାରତ@୨୦୪୭ କାର୍ଯକ୍ରମ ଏସ୍. ଏମ୍ ସରକାରୀ ମହିଳା ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବରେ ଖଜୁରୀପଡ଼ା ଚେୟାରମ୍ୟାନ୍ ଅନିମା କହଁର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ଦେବାଶିଷ ମିଶ୍ର ଏଚ୍. ଆଇ. ଭି. ଏ.ଆଇ.ଡି ଏସ୍ ପରାମର୍ଶଦାତା ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି ପିଏଚ୍ଇଓ, ଗୁମାଗଡ, ତନୁଜା ସିଂ ଅଧକ୍ଷା ମହିଳା ମହାବିଦ୍ୟାଳୟ ଫୁଲବାଣୀ , ଆକ୍ସନ ଏଡ୍ ର ଜିଲ୍ଲା ସଂଜଯକ ଶ୍ରୀମତୀ ସନ୍ଧ୍ୟା ନାୟକ, ବିଷ୍ଣୁ ଚରଣ ମିଶ୍ର ଏକ୍ସ ଆର୍ମି, ଜଳନ୍ଧର ବେହେରା , ଶ୍ରୀମତୀ କମଳିନୀ ନାୟକ, ସୁପର ଭାଇଜରର , ମୋନଜ ପଟ୍ଟନାୟକ, ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନବନୀତ୍ କୁମାର ଉପସ୍ଥିତ ଥିଲେ l

ସର୍ବ ପ୍ରଥମେ କଲ୍ୟାଣୀ ସଂସ୍ଥା ର ସମ୍ପାଦିକା ଶ୍ରୀମତୀ ରାଜଲକ୍ଷ୍ମୀ ସାହୁ ମୁଖ୍ୟ ଅତିଥି ମୁଖ୍ୟ ବକ୍ତା ଏବଂ ଅନ୍ୟାନ୍ୟ ମଞ୍ଚାସିନ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ସଭା କାର୍ଯ୍ୟ କୁ ଆଗେଇ ନେଇଥିଲେ l ଏଥିରେ କଲେଜର ପ୍ରାୟ ୨୫୦ ଜଣ ଛାତ୍ରୀ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ସତ୍ୟବାନ୍ ଦଳବେହେରା ଉପସ୍ଥିତ ଥିଲା ବେଳେ କଲ୍ୟାଣୀର କର୍ମକର୍ତ୍ତା କବିତା କର ଏଥିରେ ସହଯୋଗ କରିଥିଲେ l ସମସ୍ତ ମଞ୍ଚାସିନ ଅତିଥି ଆଜି ମୁଖ୍ୟ କାର୍ଯ୍ଯକ୍ରମ ପଞ୍ଚ ପ୍ରାଣ ଉପରେ ଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ ଏବଂ ଭବିଷ୍ୟତରେ ବିଦ୍ୟାର୍ଥି ହିସାବରେ ପାଠ ପଢି ଭବିଷ୍ୟତରେ ଜଣେ ସୁନାଗରିକ ହୋଇ କିପରି ନିଜର ଅଧିକାର ଓ କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନା କରିବା ସହିତ ଭାରତକୁ କିପରି ବିକଶିତ କରିପାରିବ ସେ ଉପରେ ସମ୍ୟକ ଧାରଣାଦେଇଥିଲେ l ଶେଷରେ ମନୋଜ କୁମାର ପଟ୍ଟନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.