ସମ୍ପତ୍ତି ପାଇଁ ଭାଇକୁ ଶାବଳରେ ପିଟି ହତ୍ୟା କଲା ଭାଇ

add-all

ବ୍ରହ୍ମପୁର : ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ। ଭାଇକୁ ଶାବଳରେ ପିଟି ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟକ ବାସୁଦେବପୁର ଗାଁରେ। ମୃତ ଯୁବକ ଜଣକ ହେଲେ କଂସ ପ୍ରଧାନଙ୍କ ପୁଅ କୁଲୁ ପ୍ରଧାନ(୨୫)।

ଗତକାଲି ରାତି ପ୍ରାୟ ୮ଟା ସମୟରେ ଜମିଜମା ବିବାଦକୁ ନେଇ ବଡ଼ ବାପା ପୁଅ ଗୁଡୁ ଓ କୁଲୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ପରେ ଗୁଡୁ ଘରୁ ଏକ ଶାବଳ ଆଣି କୁଲୁଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଗୁରୁତର ଅବସ୍ଥାରେ କୁଲୁଙ୍କୁ ପରିବାର ଲୋକେ ନିକଟସ୍ଥ ଆଡ଼ପଡା ମେଡିକାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର କୁଲୁଙ୍କୁ ମୃତ ଘୋଷଣା କରିଥିଲେ।

ପାଟପୁର ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଦୀର୍ଘଦିନ ହେଲା କୁଲୁ ଓ ଗୁଡୁଙ୍କ ଘରଙ୍କ ମଧ୍ୟରେ ଜମିଜମାକୁ ନେଇ ଝଗଡ଼ା ଲାଗି ରହିଥିଲା।

ad-week
Leave A Reply

Your email address will not be published.