ରାଜ୍ୟରେ କମିଲା ବାଘ ସଂଖ୍ୟା, ୨୦୧୮ରେ ୨୮ ଥିଲା ଏବେ ୨୦କୁ ଖସିଲା

add-all

ଭୁବନେଶ୍ୱର : ରାଜ୍ୟରେ କମିଛି ବାଘ ସଂଖ୍ୟା। ଓଡିଶାରେ ବର୍ତ୍ତମାନ ୨୦ଟି ବାଘ ରହିଛି। ୨୦୧୮ରେ ରାଜ୍ୟରେ ଏହି ସଂଖ୍ୟା ୨୮ ଥିଲା। ତେବେ ଶିମିଳିପାଳ ଅଭୟାରଣ୍ୟରେ ବାଘ ସଂଖ୍ୟା ସାମାନ୍ୟ ବୃଦ୍ଧିପାଇଛି। ୨୦୧୮ରେ ଏହା ୮ ଥିବା ବେଳେ ବର୍ତ୍ତମାନ ଏହା ୧୬କୁ ବୃଦ୍ଧି ପାଇଛି। ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ରିପୋର୍ଟରୁ ଏହା ଜଣାପଡ଼ିଛି। କର୍‌ବେଟ ବାଘ ଅଭୟାରଣ୍ୟରେ ପାଳିତ ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ଦେଶର ଶ୍ରେଷ୍ଠ ପରିଚାଳିତ ୧୨ଟି ପରିଚାଳିତ ବାଘ ଅଭୟାରଣ୍ୟ ମଧ୍ୟରେ ଶିମିଳିପାଳ ଅନ୍ୟତମ ବୋଲି କୁହାଯାଇଛି।

ଏଥିପାଇଁ ଶିମିଳିପାଳରେ କାର୍ଯ୍ୟରତ ଆଗ ଧାଡିର ବନ କର୍ମଚାରୀଙ୍କ ଭୂମିକା ପ୍ରଶଂସନୀୟ ବୋଲି କୁହାଯାଇଛି। ଏହି ଅବସରରେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ବେଳେ ପ୍ରାଣ ହରାଇଥିଲା ଦିବଙ୍ଗତ ଫରେଷ୍ଟର ମାଟି ହାଂସଦା, ଦିବଙ୍ଗତ ଫରେଷ୍ଟର ଗାର୍ଡ ବିମଳ କୁମାର ଜେନା ଓ ଫରେଷ୍ଟର ଗାର୍ଡ ହିମାଂଶୁ ସେଠୀଙ୍କୁ ଏନଟିସିଏ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ad-week
Leave A Reply

Your email address will not be published.