ହେମନ୍ତ ଦାସକୁ ପୁଣି ବାନ୍ଧିଲା ବାଦାମବାଡ଼ି ପୁଲିସ

add-all

ଭୁବନେଶ୍ୱର :ପୁଣି ବାଦାମବାଡ଼ି ପୁଲିସ ଦ୍ଵାରା ଗିରଫ ହୋଇଛି କୁଖ୍ୟାତ ଲୁଟେରା ହେମନ୍ତ ଦାସ। ବାଦାମବାଡି ଅଞ୍ଚଳରେ ଥିବା ଏକ ଔଷଧ ଦୋକାନରୁ ଚୋରି କରିବା ଅଭିଯୋଗରେ ପୁଲିସ ତାକୁ ଗିରଫ କରିଛି।

ହେମନ୍ତ ନାଁରେ କେବଳ ରାଜ୍ୟରେ ୧୦୦ରୁ ଅଧିକ ମାମଲା ରହିଛି। ସେ ଵିଭିନ୍ନ ରାଜ୍ୟରେ ମଧ୍ୟ ଚୋରି କରିଛି। ତା’ ନାଁରେ ସାରା ଦେଶରେ ୫୦୦ରୁ ଅଧିକ ଚୋରି, ଡକାୟତି ଓ ଲୁଟ ଭଳି ମାମଲା ରହିଛି। ସେ ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା ଓ ଦିଲ୍ଲୀ ଆଦି ସ୍ଥାନରେ ଚୋରି କରିଛି।

ହେମନ୍ତର ଘର ଭୁବନେଶ୍ୱରର ଲିଙ୍ଗରାଜ ଥାନା ହାଟସାହି ଅଞ୍ଚଳରେ। ସେ ପୂର୍ବରୁ ମଧ୍ୟ ବାଦାମବାଡ଼ି ପୁଲିସ ଦ୍ୱାରା ଗିରଫ ହୋଇଥିଲା।

ad-week
Leave A Reply

Your email address will not be published.