ମା ଉଗ୍ରତାରା ମନ୍ଦିରରୁ ଚୋରି, ଲୁଟି ନେଇଛନ୍ତି ଅଳଙ୍କାର

add-all

ଟାଙ୍ଗି: ଓଡିଶା ପ୍ରସିଦ୍ଧ ତନ୍ତ୍ର ପୀଠ  ମା ଉଗ୍ରତାରାଙ୍କ ମନ୍ଦିର ରୁ ଚୋରି। ଗତ କାଲି ରାତିରେ ହୋଇଛି ଚୋରୀ। ଦୁର୍ବୃତ୍ତମାନେ ଗତ କାଲି ରାତିରେ  ମନ୍ଦିରରେ ପଶି  ମା’ଙ୍କର ବିଭିନ୍ନ  ସୁନା ରୁପା ଅଳଙ୍କାର ଲୁଟି ନେଇଛନ୍ତି। ମନ୍ଦିର ଭିତରେ ପଶି ମାଙ୍କର ମୁକୁଟ, ଅଣ୍ଟା ପଟି, ହାର,ହାତ ପଲା,ଆଖି,ମଥା ଚିତା, ହାତ ପଟି ଆଦି ସୁନା ରୁପାର ଅଳଙ୍କାର  ଲୁଟି ନେଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ଟାଙ୍ଗି ପୋଲିସ୍ ପହଞ୍ଚି ତଦନ୍ତ କରୁଛି।

ଗତ କିଛି ଦିନ ତଳେ  ୫ ଟି ସଚିବ ମନ୍ଦିରରେ ପହଂଚି  ମା’ଙ୍କ  ମନ୍ଦିର ର ଉନ୍ନତି କରଣ କରିବା ପାଇଁ ସମୀକ୍ଷା କରିଥିଲେ। ମା’ଙ୍କ ମନ୍ଦିରର ଉନ୍ନତିକରଣ ପାଇଁ  ଅନୁଦାନ ମଂଜୁର ହୋଇଥିଲା । CCTV ଥାଇ କିପରି ବାରମ୍ୱାର ଚୋରି ହେଉଛି ତାହା ଏବେ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ad-week
Leave A Reply

Your email address will not be published.