add-all

ନିଘୋଡ଼ ନିଦରେ ଯୋଗାଣ ବିଭାଗ

ବ୍ରହ୍ମପୁର (୧/୮) : ଦରବୃଦ୍ଧି ଏବେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ନିୟନ୍ତ୍ରଣ ବାହାରେ। ସାରା ଦେଶରେ ଟମାଟୋ ଦରବୃଦ୍ଧି ଦିନକୁ ଦିନ ବଢ଼ିବାରେ ଲାଗିଛି।ଏହାର ସୁଯୋଗ ନେଇ ବିଭିନ୍ନ ପନିପରିବା ଦର ଏବେ ଆକାଶ ଛୁଆଁ ହୋଇଛି। ଗତ କିଛିଦିନ ହେଲା ଚାଉଳ ଦର କୁଇଣ୍ଟାଲ ପିଛା ହଜାରେ ଟଙ୍କା ବଢ଼ି ଥିବାବେଳେ ଏହି ଦର ବୃଦ୍ଧି ନିୟନ୍ତ୍ରଣ ବାହାରେ ହେବା ଯୋଗୁଁ ଏହାର ସୁଯୋଗ ନେଇ କେତେକ ବ୍ୟବସାୟୀ ମାନେ ଏବେ ମସଲା ସାମଗ୍ରୀ ଦର ମନଇଚ୍ଛା ବଢ଼େଇ ଦେଇଛନ୍ତି। ଗରିବ ଗୁରୁବା ହେଉକି ସାଧରଣ ଜନତା ଏବେ ସମସ୍ତ ପ୍ରକାର ସାମଗ୍ରୀ ରେ ଦରବୃଦ୍ଧି ଯୋଗୁଁ ତ୍ରାହି ତ୍ରାହି ଡାକିଲେଣି। ଗତ କିଛି ବର୍ଷ ହେଲା ପ୍ରଥମେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଓ ବିଭିନ୍ନ ପ୍ରକାର କହିବା ତେଲ ର ଦର ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି।ଗତ କିଛି ମାସ ହେଲା ପ୍ରଥମେ ଟମାଟୋ ଦର ହଠାତ ଶହେ ଟଙ୍କା ପାର କରି ଏବେ ଦୁଇଶହ ପାଖା ପାଖି ବିକ୍ରି ହେଉଛି।

ଟମାଟୋ ଦର ବୃଦ୍ଧି ପରେ ସମସ୍ତ ପ୍ରକାର ପରିବା ଦର ବହୁ ମାତ୍ରାରେ ବୃଦ୍ଧି ପାଇଛି । ଲଙ୍କା ଅଦା କଥା ନ କହିଲେ ଭଲ ଏବେ ଅଟା, ଜିରା, ଧନିଆ,ଲଙ୍କା ଗୁଣ୍ଡ, ହଳଦିଗୁଣ୍ଡ,ଗରମ ମସଲା ଗୁଣ୍ଡ ଓ ଅନ୍ୟ ମସଲା ସାମଗ୍ରୀ ବର୍ତ୍ତମାନ କେତେକ ବ୍ୟବସାୟୀ ମନ ଇଚ୍ଛା ଅତି ଚଢ଼ା ଦର ରେ ବିକ୍ରି କରୁଛନ୍ତି ଏବଂ ଏହାର ସୁଯୋଗ ନେଇ ଭେଜାଲ ସାମଗ୍ରୀ ମଧ୍ୟ ବିକ୍ରି କରୁଛନ୍ତି।ଯାହା ଫଳରେ ଗରିବ ଓ ମଧ୍ୟମ ବର୍ତ୍ତି ପରିବାର ଲୋକେ ତ୍ରାହି ତ୍ରାହି ଡାକି ଭାଗ୍ୟକୁ ଆଦରି ନିଜର ସକ୍ଷମ ଦେଖି ପରିବା ଓ ସୌଦା କିଣିବାକୁ ବାଧ୍ୟ ହେଉଛନ୍ତି। ବାଧ୍ୟ ହୋଇ ଲୋକେ ଏବେ ଆଉ ଘରେ ତରକାରୀ ନ କରି ସନ୍ତୁଳା ଖାଇବାକୁ ବାଧ୍ୟ ହେବେ। ଏହି ସବୁ ଦର ବୃଦ୍ଧି ଏବେ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲେ ମଧ୍ୟ ସରକାର ଯୋଗାଣ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଧେଶ ନ ଦେବା ଯୋଗୁଁ କୌଣସି ସ୍ଥାନରେ ମଧ୍ୟ ଚଢାଦରରେ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିଶେଷ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନାହିଁ।ଏହି ମହଙ୍ଗା ଆଗାମୀ ସାଧରାଣ ନିର୍ବାଚନରେ ବିଜେଡ଼ି ଓ ବିଜେପି କୁ ମହଙ୍ଗା ପଡିବ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି।

ad-week
Leave A Reply

Your email address will not be published.