ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ଏବଂ ବନ ବିଭାଗ ଦ୍ବାରା ସାପ କାମୁଡ଼ା ଏବଂ ପ୍ରତିକାର ପାଇଁ ସଚେତନତା କାର୍ଯ୍ୟକ୍ରମ

add-all

ଫୁଲବାଣୀ :କିଛି ଦିନ ‌ହେବ ସାରା ରାଜ୍ୟରେ ବର୍ଷା ଝଡ଼ି ଲାଗି ରହିଛି ‌। ବର୍ଷାର ବିତ୍ପାତ ପାଇଁ ସାପ ଗୋଧି ଭଳି ସରୀସୃପ ଉପାୟ ନ ପାଇ ଜନବସତି ଆଡ଼କୁ ଚାଲି ଆସୁଛନ୍ତି। କିଛି ଦିନ ପୂର୍ବରୁ ଖବରକାଗଜ ରେ ସାପ କାମୁଡାରେ ବହୁ ଲୋକ ମୃତ୍ୟୁବରଣ କରିଥିବା ଖବର ପ୍ରକାଶିତ ହେଇଛି। ଏହାଦ୍ବାରା ସମସ୍ତେ ପ୍ରାୟ ଭୟଭୀତ ହେଇପଡିଛନ୍ତି। ଏଭଳି ସ୍ଥିତିରେ ଫୁଲବାଣୀ ସହରରେ ତଥା ଆଖପାଖ ଗ୍ରାମାଞ୍ଚଳରେ ଘର ଭିତରକୁ ସାପ ପସି ଆସିବା ଖବର ଆସୁଛି। ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପ ଲାଇନ ଏସବୁ କାର୍ଯ୍ୟକ୍ରମ ବିଗତ ଚାରିବର୍ଷ ଧରି କରି ଆସୁଛି। କିନ୍ତୁ ଏଥର ବନ ବିଭାଗ ସହ ମିଳିତ ଭାବେ କାର୍ଯ୍ୟ କରୁଛି। ବିଶେଷ କରି ବିଭିନ୍ନ ଗ୍ରାମ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ସାପ କାମୁଡାରୁ ରକ୍ଷା ଏବଂ ପ୍ରତିକାର ନେଇ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେଇଛି। ଫୁଲବାଣୀ ବନ ବିଭାଗ ରେଞ୍ଜର ଶିବାନନ୍ଦ ଲେଙ୍କା ଏବଂ ବିଭିନ୍ନ ସେକ୍ସନ ର ବନପାଳଙ୍କ ସହ ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପ ଲାଇନ ସଦସ୍ୟ ଓ ସଦସ୍ୟାଙ୍କ ଦ୍ଵାରା ପ୍ରତିଦିନ ବିଭିନ୍ନ ଗ୍ରାମ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି।ଏହା ଦ୍ବାରା ସାପକାମୁଡା ପ୍ରତି ଲୋକେ ସଚେତନ ହେବେ ଏବଂ ତା’ର ପ୍ରତିକାର ପାଇଁ ଉଚିତ ପଦକ୍ଷେପ ପାଇଁ ଜାଗ୍ରତ ହେଇପାରିବେ। ଭୟରେ ସାପ ଗୁଡିକୁ ମାରିଦେବା ଭଳି ପରିସ୍ଥିତି ଦୂର କରିବାକୁ ବନ ବିଭାଗର ଏଭଳି ଅଭିନବ ପ୍ରୟାସ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ad-week
Leave A Reply

Your email address will not be published.