ଶିଶୁ ଅରିହାଙ୍କୁ ଫେରାଇ ଆଣିବାକୁ ଜର୍ମାନ ରାଷ୍ଟ୍ରଦୂତଙ୍କୁ ସମନ କଲା ଭାରତ

add-all

ନୂଆଦିଲ୍ଲୀ: ଦୀର୍ଘ ୨୦ ମାସରୁ ଅଧିକ ସମୟ ଧରି ବର୍ଲିନରେ ଏକ ପୋଷ୍ୟ ଯତ୍ନ କେନ୍ଦ୍ରରେ ରହୁଥିବା ଜଣେ ଭାରତୀୟ ଶିଶୁକନ୍ୟା ଅରିହାଙ୍କୁ ସ୍ୱଦେଶକୁ ଫେରାଇ ଆଣିବା ପାଇଁ ଭାରତ ଚଳିତ ସପ୍ତାହରେ ଜର୍ମାନ ରାଷ୍ଟ୍ରଦୂତ ଫିଲିପ୍‌ ଆକରମ୍ୟାନଙ୍କୁ ସମନ କରି ତୁରନ୍ତ ଅରିହାଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ଦାବୀ କରିଛି।
ଉଲ୍ଲେଖଯୋଗ୍ୟ, ୨୦୨୧ ସେପ୍ଟେମ୍ବର ୨୩ ତାରିଖରେ ଜର୍ମାନୀର ଯୁବ କଲ୍ୟାଣ କାର୍ଯ୍ୟାଳୟ (ଜୁଗେଣ୍ଡାମଟ)ର ହେପାଜତରେ ୭ ମାସର ଶିଶୁକନ୍ୟା ଅରିହା ଶାହଙ୍କୁ ରଖା ଯାଇଥିଲା। ସେବେଠାରୁ ସେ ପୋଷ୍ୟ ଯତ୍ନ କେନ୍ଦ୍ରରେ ରହୁଛନ୍ତି। ଜର୍ମାନୀର ଅଦାଲତ ‘ଶିଶୁ ଅରିହାର ସ୍ୱାର୍ଥ ପ୍ରତି ବିପଦ ରହିଥିବା’ ଦର୍ଶାଇ ରାଜ୍ୟ ହାତରେ ଶିଶୁ ଅରିହାର ହେପାଜତ ଦାୟିତ୍ୱ ଦେଇଥିଲେ।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି ଯେ ଅରିହା ପ୍ରସଙ୍ଗରେ ଆକରମ୍ୟାନଙ୍କୁ ଚଳିତ ସପ୍ତାହ ଆରମ୍ଭରେ ସମନ କରାଯାଇଥିଲା।
ପିଲାଙ୍କ ଭାଷାଗତ, ଧାର୍ମିକ, ସାଂସ୍କୃତିକ ଓ ସାମାଜିକ ପରିବେଶରେ ରହିବା ଜରୁରୀ ବୋଲି ଭାରତ କହି ଆସୁଛି। ଗତ ଡିସେମ୍ବର ମାସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଜର୍ମାନୀର ବୈଦେଶିକ ମନ୍ତ୍ରୀ ଆନାଲେନା ବେର୍ବକ୍‌ଙ୍କୁ ଏହି ଶିଶୁକନ୍ୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ।

ad-week
Leave A Reply

Your email address will not be published.