ବର୍ଷା ବିତ୍ପାତ ! କେଉଁ ଠି ଘର ଭାଙ୍ଗିଯାଇ ଛି ତ ଆଉ କେଉଁଠି ରାସ୍ତା ସମ୍ପୂର୍ଣ ଧୋଇ ଯାଇଛି,ପ୍ରଶାସନ ନୀରବ ଦ୍ରଷ୍ଟା…

add-all


କୁଆଁରମୁଣ୍ଡା-ଗତ କାଲି ଦିନ ତମାମ ଓ ରାତିସାରା ମୁଷଳ ଧାରା ବର୍ଷା ଲାଗି ରହିଥିବାବେଳେ କୁଆଁରମୁଣ୍ଡା ବ୍ଳକ ଅନ୍ତର୍ଗତ କଚାରୁ ପଞ୍ଚାୟତ ରାମପୁର ଗ୍ରାମର ଜନୈକ ବ୍ଯକ୍ତିଙ୍କ ଘର ଭାଙ୍ଗି
ଯାଇଛି ।ସୌଭାଗ୍ଯ ବଶତଃ ଘରମାଲିକ ଓ ପରିବାର ର ସଦସ୍ଯ ମାନଙ୍କର କୌଣସି ପ୍ରକାର କ୍ଷୟକ୍ଷତି ଘଟି ନାହିଁ ,ପ୍ରଶାସନ କ୍ଷତିପୂରଣ ପ୍ରଦାନ କରିବାତ ଦୂରର କଥା କ୍ଷତିଗ୍ରସ୍ତ ହୋଇ ଥିବା ପରିବାର ପାଖରେ ପହଞ୍ଚି ପାରିନି ।ଗୋଟିଏ ଗୋଟିଏ ଗ୍ରାମର ରାସ୍ତା ଧୋଇ ଯାଇ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି ।ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ରହିଛି ।ହାତିବାରୀ କୁ ସଂଯୋଗ କରୁଥିବା ବାଉଁଶ ଯୋର ନାଳ ର ଅସ୍ଥାୟୀ କଲଭର୍ଟ ଉପରେ ୪/୫ଫୁଟର ପାଣି ପ୍ରବାହିତ ହେଉଛି ଯାହାଫଳ ରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ହୋ ଇଯାଇଛି । ଗତ ଦୁଇ ବର୍ଷ ତଳେ ବାଉଁଶ ଯୋର ନାଳ ଓ କାଲୋଶିହରିଆ ନାଳ ଉପରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ

ଆର ଏଣ୍ଡ ବି ତରଫରୁ ଟେଣ୍ଡର ଆହ୍ବାନ କରା ଯାଇଥିଲା ।ବି.ମୁର୍ତ୍ତିପିଲାଇ ନାମକ ଠିକା ସସ୍ଥା ଏହି ପୋଲ ନିର୍ମାଣ
ପାଁଇ ଟେଣ୍ଡର ପାଇଥିଲେ ।ଦୁର୍ଭାଗ୍ଯ ର ବିଷୟ ଯେ ,ଠିକାଦାର ଜଣକ ଆଜି ଯାଏ ଉକ୍ତ କାମକୁ ସମ୍ପୂର୍ଣ୍ଣ ନକରିପାରିବା ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଠିକାଦାର ଓ ଆର ଏଣ୍ଡ ବି ଅଧିକାରୀଙ୍କୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି ।ଯାହାକୁ ନେଇ ଏହାର ଏକ ପ୍ରଶାସନିକ ସ୍ତରରେ ତଦନ୍ତ କରି ନିର୍ମାଣ କାର୍ଯ୍ଯ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଂଇ ଜନସଧାରଣ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଜନ ସାଧାରଣ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବେ ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଉଛି l

ad-week
Leave A Reply

Your email address will not be published.