ଶିକ୍ଷକ ମାନଙ୍କ ଦାବୀ ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

add-all

ଛତ୍ରପୁର : ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବା, ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ସମେତ ବିଭିନ୍ନ ଦାବୀ ନେଇ ଶନିବାର ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ଦାବୀ ପତ୍ର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରାଜେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ଶିକ୍ଷକ ମାନେ ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଭେଟି ଉକ୍ତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବୀ ଗୁଡିକ ଯଥା ଶୀଘ୍ର ପୂରଣ ନ ହେଲେ ଅଗଷ୍ଟ ୧୬ତାରିଖ ଠାରୁ ସେମାନେ ସମୂହ ଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବେ ବୋଲି ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ସମ୍ପାଦକ ଲକ୍ଷ୍ମୀନାରାୟଣ ବେହେରା, କୃଷ୍ଣ ଚନ୍ଦ୍ର ଦାସ, ମନୋଜ କୁମାର ତ୍ରିପାଠୀ, ବିଷ୍ଣୁ ନାରାୟଣ ପଣ୍ଡା, ସୁରେଶ କୁମାର ମହାନ୍ତି , ଜ୍ୟୋସ୍ନାରାଣୀ ସେଠୀ, ସୁବୋଧ ରାଉତ , ପାଞ୍ଚାନନ ରଥ , ବିଭୁଦତ୍ତ ଶତପଥୀ, ବିନୋଦ ସେଠୀ, ପୀତାମ୍ବର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.