
ଫୁଲବାଣୀ : ଦେଶ ସ୍ୱାଧିନର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀକି ଅମୃତ ମହୋତ୍ସବ ପାଳନ କରାଯାଉଛି। କେନ୍ଦ୍ର ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗରେ ଭୁବନେଶ୍ୱରର ସ୍ୱଛାସେବୀ ଅନୁଷ୍ଠାନ ଅନନ୍ୟା ପକ୍ଷରୁ ଫୁଲବାଣୀ ବିଜୁସ୍ମୃତି କଲ୍ୟାଣ ମଣ୍ଡପ ଠାରେ ଅଗଷ୍ଟ ୧୩ ତାରିଖ ଠାରୁ ୧୫ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଅନନ୍ୟା ଅନୁଷ୍ଠାନର ପ୍ରତିଷ୍ଠାତା ସୁକାନ୍ତ କୁମାର ପାଣିଗ୍ରାହୀ ସୂଚନା ଦେଇଥିଲେ।ସମାଜସେବୀ ଅଶୋକ ପରିଡା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ କରି ଆଜାଦୀକି ଅମୃତ ମହୋତ୍ସବ ସମ୍ପର୍କରେ ପ୍ରାରମ୍ଭିକ ସୁଚନା ଦେଇଥିଲେ। ଲୋକମାନଙ୍କୁ ଦେଶ ପ୍ରେମରେ ଉଦବୁଦ୍ଧ କରିବା ପାଇଁ ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ। ମାନ୍ୟବର କେନ୍ଦ୍ରମନ୍ତ୍ରୀ ବିଶ୍ୱଶ୍ୱର ଟୁଡୁ ଅତିଥି ଭାବେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ପ୍ରତିଦିନ ସଂନ୍ଧ୍ୟାରେ ଜିଲାରୁ ଓ ଜିଲା ବାହାରୁ ବହୁ ସୁନାମଧନ୍ୟ ସାସ୍କୃତିକଦଳ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ୨ୟ ଦିନ ଜିଲାର କଳା, ସଂସ୍କୃତି ,ଐତିହ୍ୟ,କୃଷି ଓ ବାଣିଜ୍ୟ ସମ୍ପର୍କରେ ଦୁଇଟି ଆଲୋଚନା ଅନୁଷ୍ଠିତ ହେବ। ଆଜାଦୀକି ଅମୃତ ମହୋତ୍ସବର ଉଦଯାପନୀ ଉତ୍ସବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ କେନ୍ଦ୍ର ଅନୁସୂଚୀତ ଜନଜାତି ଆୟୁକ୍ତ ଅନନ୍ତ ନାୟକ ଯୋଗ ଦେବେ।ସ୍ୱାଧିନତା ଆନ୍ଦୋଳନରେ ଯୋଗ ଦେଇଥିବା ଜିଲାର ସଂଗ୍ରାମୀ ମାନଙ୍କ ଫଟୋ ଓ ଦର୍ଶନୀୟ ସ୍ଥାନର ଫଟୋ ଚିତ୍ର ପ୍ରଦର୍ଶନୀ କରାଯିବ।ଏହି ମହୋତ୍ସବ କୁ ସରସ ସୁନ୍ଦର କରିବାକୁ ଜିଲାର ଜନସାଧାରଣ ବହୁ ଯୋଗ ଦେଵାକୁ ଅନୁରୋଧ।ଅନନ୍ୟା ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଭିନାଶ ମହାନ୍ତି ଓ ପରାମର୍ଶ ଦାତା ଅମରେଶ୍ୱର ମିଶ୍ର ମହୋତ୍ସବ କମିଟିର ସଂଯୋଜକ ଭଗବାନ ମହାନ୍ତି, ରମେଶ ମହାନ୍ତି,ତପନ ପାଢୀ ପ୍ରମୁଖ ଏହି ଅବସରରେ ଯୋଗ ଦେଇଥିଲେ।