ବିଜେଡିର ପଞ୍ଚାୟତସ୍ତରୀୟ ବୈଠକ ଅନୁଷ୍ଠିତ

add-all

ପାତ୍ରପୁର : ପାତ୍ରପୁର ବ୍ଳକ ସଦମହକୁମା ପଞ୍ଚାୟତରେ ଆଜି ପଂଚାୟତସ୍ତରୀୟ ବିଜେଡ଼ିର ଦଳୀୟ ବୈଠକ ପାତ୍ରପୁର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପାତ୍ରପୁର ପଂଚାୟତ ଦୀର୍ଘ ବର୍ଷ ହେଲା ଜଣେ ବ୍ୟକ୍ତିଙ୍କ ହାତରେ ରହିଥିବା ବେଳେ ଦୀର୍ଘ ବର୍ଷ ହେଲା ବିଜେପି ଏଠାରେ ନିଜର ଆଧିପତ୍ୟ ଜାହିର କରିଛି ସତ ହେଲେ ଏହି ପଞ୍ଚାୟତରେ ସେହିଭଳି ଆଖିଦୃଶିଆ କାମ ହୋଇନାହିଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସାଧିତ ହୋଇପାରି ନାହିଁ । ଯାହାକୁ ନେଇ ଆଜି ପଂଚାୟତ ସ୍ତରୀୟ ବିଜେଡ଼ି ବୈଠକରେ ମଞ୍ଚାସୀନ ଅତିଥିମାନେ ଉଦବୋଧନ ଦେବା ସହ ଆସନ୍ତା ୨୦୨୪ ନିର୍ବାଚନରେ ବିଜେଡିର ହାତ ମୁଠାକୁ ଟାଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଜିର ବୈଠକରେ ରଘୁନାଥ ପାଣିଗ୍ରାହୀ ସଭାପତିତ୍ବ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ରାମ ପ୍ରସାଦ ମହାନ୍ତି, ବ୍ଲକ ବିଜେଡ଼ି ଯୁବ ସଭାପତି ଜେ. ଧର୍ମାରାଓ, ପୂର୍ବତନ ସମ୍ପାଦକ ସଂଗ୍ରାମ କେଶରୀ ନାୟକ, ବିଜେଡ଼ି ଜିଲ୍ଲା ଉପସଭାପତି ଦୀପକ କୁମାର ଜେନା, ଜିଲ୍ଲା ସମ୍ପାଦକ ସୁଦର୍ଶନ ଦ୍ୟାନ ସାମନ୍ତରା ପ୍ରମୁଖଙ୍କ ସହ ବହୁ ମନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କିପରି ତୃଣ ମୂଳସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବା ସହ ଲୋକଙ୍କ ସମସ୍ୟାର ସମାଧାନ କରାଯାଇ ପାରିବ ସେନେଇ କର୍ମୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଦିଲୀପ କୁମାର ସୁବୁଦ୍ଧି, କୁକୁନି ପାତ୍ର, ସହଦେବ ପାତ୍ର, ଦେବରାଜ ତିଆଡି, ମହେନ୍ଦ୍ର ସେଠୀ, ଜେ. ଦୁର୍ଯ୍ୟୋଧନ, ଉଜ୍ବଳ ପାତ୍ର, କେ. ସାଈକୁମାର, ପ୍ରକାଶ ସେଠୀ, ତୋଟା ରେଡ୍ଡୀ ପ୍ରମୁଖ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.