ଜିଲ୍ଲାସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

add-all

ଛତ୍ରପୁର (୦୬/୦୮) : ଭାରତ ସ୍ବାଧୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଚିତ୍ରାଙ୍କନ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରବିବାର ଦିନ ଅନୁଷ୍ଠିତ ଉଚ୍ଚ ପ୍ରାଥମିକ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ସାଇ ସ୍ମୃତି ଶତପଥୀ, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଥମ ସ୍ଥାନ, ଶ୍ରୀୟାଶ୍ରୀ ବିଷୋୟୀ, କେନ୍ଦ୍ରୀୟ ବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀମାନ ସ୍ମୃତି ଶ୍ରୀ ପଣ୍ଡା, ଓଡିଶା ଆଦର୍ଶ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ବସୁନ୍ଧରା ପାଣିଗ୍ରାହୀ, ଦି ନିୟୁ ଏଜ୍ ୟୁରୋସ୍କୁଲ ପ୍ରଥମ ସ୍ଥାନ, ଏସ୍. ସାଇ ଆଦିତ୍ୟ, କାର୍ମେଲ କନଭେଣ୍ଟ ସିନିୟର ସେକେଣ୍ଡାରୀ ସ୍କୁଲ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ମୌସୁମୀ ପ୍ରିୟଦର୍ଶିନୀ, ଜ୍ଞାନ ବିକାଶ ଇଂରାଜୀ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ସେହିପରି ମହା ବିଦ୍ୟାଳୟ ସ୍ତରରେ ରିଶିକା ମିଶ୍ର, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପ୍ରଥମ ସ୍ଥାନ, ବିଦିଶା ମହାନ୍ତି, ଜ୍ଞାନ ବିକାଶ ଇଂରାଜୀ ମାଧ୍ୟମିକ ବିଦ୍ଯାଳୟ ଏବଂ ଧନଲକ୍ଷ୍ମୀ ରାଓ, ଓଡିଶା ଆଦର୍ଶ ବିଦ୍ୟାଳୟ ଯୁଗ୍ମ ଭାବେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସଞ୍ଜନା ପାତ୍ର, ଜ୍ଞାନ ବିକାଶ ଇଂରାଜୀ ମାଧ୍ୟମିକ ବିଦ୍ଯାଳୟ ଏବଂ ଶେଖ୍ ମୁ୍ର୍ଶୀଦ୍ ଅହେମ୍ମଦ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ୟୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ଚିତ୍ରାଙ୍କନ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର ବିଚାରକ ଭାବେ ଅଶୋକ କୁମାର ଚୌଧୁରୀ,ପୂର୍ବତନ ବିଧାୟକ, ଡଃ ଭି. ରାଜେନ୍ଦ୍ର ରାଜୁ, ବରିଷ୍ଠ ସାମ୍ବାଦିକ, ଓଡିଶା ପୋଷ୍ଟ ଓ ରାମକୃଷ୍ଣ ପଣ୍ଡା, ଶିକ୍ଷକ, ସେଣ୍ଟ ଭିନସେଣ୍ଟ କନଭେଣ୍ଟ ସ୍କୁଲ, ବ୍ରହ୍ମପୁର ସହଯୋଗ କରିଥିଲେ । ପ୍ରତିଯୋଗିତା ଆୟୋଜନରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.