
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାର ରାଷ୍ଟ୍ରୀୟ ଆଦିବାସୀ ଏକତା ସଙ୍ଘ ତରଫରୁ ଭାରତ ବନ୍ଦ ଡାକରାରେ ମାଲକାନଗରି ବାସି ସ୍ୱତପୃତ ଭାବେ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ମଣିପୁର ରାଜ୍ୟ ରେ ମହିଳା ମାନଙ୍କ ସହ ହୋଇଥିବା ଗଣ ବଳାତ୍କାର ଓ ନିର୍ଯାତନା ବିରୋଧରେ ତଥା ଆଦିବାସୀ ଙ୍କୁ ବିସ୍ଥାପିତ କରିବା ଓ ନିର୍ଯ୍ୟାତନା ଦେଉଥିବା ଘଟଣାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା।ଏହା ସହ କେନ୍ଦ୍ର ସରକାର ତରଫରୁ ୟୁ ସି ସି ଆଇନ ଯାହା ସମସ୍ତଙ୍କ ପାଇଁ ସମାନ ଅଧିକାର ପ୍ରଣୟନ କରିବା ଦ୍ୱାରା ଆଦିବାସୀ ମାନେ ଅନେକ ସୁବିଧାରୁ ବଞ୍ଚିତ ହେବେ ଓ ଅନେକ ଅସୁବିଧାର ସମ୍ମୁଖୀନ ହେବା ଏହି ଆଇନ ଦ୍ୱାରା ଆଦିବସୀଙ୍କ ସଭ୍ୟତା ଓ ସଂସ୍କୃତି ସବୁ ଲୋପ ପାଇଯିବ ତେଣୁ ଏହାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଥିଲା। ଆଜି ଏହି ବନ୍ଦର ପ୍ରଭାବ ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଳକରେ ଦେଖିବାକୁ ମିଳିଥିବା ବେଳେ ଆଦିବାସୀ ଙ୍କ ଏହି ବନ୍ଦ ପାଳନକୁ ସହରର ପ୍ରତ୍ୟେକଟି ଦୋକାନି , ଗାଡ଼ି ମଟର ଆଦି ବନ୍ଦ କରି ଆଦିବାସୀଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ସଦର ମହକୁମା ଠାରେ ଆଦିବାସୀ ସଙ୍ଘ ପକ୍ଷରୁ ପ୍ରିକେଟିଂ କରି ପ୍ରତ୍ୟେକଟି ଅଫିସ ସମେତ ବ୍ୟାଙ୍କ୍ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇ ଥିବା ଦେଖିବାକୁ ମିଳିଛି । ଆଜିର ଏହି ବନ୍ଦ ପାଳନରେ ଜିଲ୍ଲା ଆଦିବାସୀ ସଙ୍ଘର ସଭାପତି ଘନଶ୍ୟାମ ମାଡକାମି, ଉପଦେଷ୍ଟା ଘେନୁ ମୁଦୁଲି, ପ୍ରଭାକର ହେନ୍ତାଳ, ସୋନୁ ଅନୁଗୁ, ଲାଛା ମୁଦୁଲି, ମଙ୍ଗଳା ଦୁରୁଆ, ସି ପି ଆଇ ନେତା ବ୍ରଜ ମାଝୀ , କେ. ଦେଶିରାଜୁ ଆଚାରି , ଜରା ଶବର ମାଢ଼ୀ, ଲକ୍ଷ୍ମଣ ନାୟକ, ସନିଆ କବାସି , ପର୍ଶୁରାମ ଭକ୍ତ ପ୍ରମୁଖଙ୍କ ସହ ବହୁ ଆଦିବାସି ନେତା ଏବଂ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଆଜିର ବନ୍ଦ ପାଳନକୁ ସଫଳ କରିଥିବା ଦେଖିବାକୁ ମିଳିଛି ।