ନଦୀରୁ ନାବାଳିକାର ଶବ ଉଦ୍ଧାର…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ନଦୀଖଣ୍ଡି ସାହିରେ ରହୁଥିବା ୮ ବର୍ଷ ନାବାଳିକାର ଶବକୁ ସୋମବାର ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ନଦୀଖଣ୍ଡି ସାହାର ଅନାଥ ଜାନିଙ୍କ ନାବାଳିକା ଝିଅ ଗତ ୫ ତାରିଖରୁ ନିଖୋଜ ଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଫୁଲବାଣୀ ଟାଉନ ଥାନାରେ ଏକ ଲିଖତ ଅଭିଯୋଗ କରିଥିଲେ। ସୋମବାର ସାର୍ତ୍ତାଗୁଡା ନିକଟ ପାରି ଗାଁ ନଦୀରେ ଏକ ଶବ ଭାସୁଥ‌ିବାର ଦେଖି ଗ୍ରାମବାସୀ ଫୁଲବାଣୀ ଦମକଳ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ପୁଲିସ ଉପସ୍ଥିତି ରେ ଶବ ଉଦ୍ଧାର କରିଥିଲେ। ଶବଟି ଅନାଥ ଜାନୀଙ୍କ ନିଖୋଜ ଝିଅର ବୋଲି ଜଣାପଡ଼ିଛି । କିଭଳି ଓ କେଉଁ ପରି ସ୍ଥିତିରେ ନାବାଳିକାର ମୃତ୍ୟୁ ଘଟିଥିଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ତଦନ୍ତ ଚାଲୁ ରହିଛି ।

ad-week
Leave A Reply

Your email address will not be published.