ବିଦ୍ୟାଳୟରେ ବୃକ୍ଷ ରୋପଣ ଓ କୃମି ନାଶକ ବଟିକା ପ୍ରଦାନ

add-all

ଚିକିଟୀ : ବାହିନୀପତି ସ୍ଥିତ ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟ, ଧାନଘର ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ସପ୍ତାହ ପାଳନ ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ଆମ୍ବ, ପଣସ,ପିଜୁଳି, ଭଳି ୬୦ ରୁ ଅଧିକ ଫଳଚାରl ରୋପଣ କରଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ର ନାଥ ମଲ ଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଗୋଷ୍ଟି ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା,ସ୍ବେଛାସେବୀ ପ୍ରଦୋଷ କୁମାର ପାଢ଼ୀ, ବି ଆର ସି ସି ଭବାନୀ ଶଙ୍କର ମହାପାତ୍ର,ଶ୍ରଦ୍ଧା ସ୍ବେଛାସେବୀ ସଂଗଠନ ର ଦିଲୀପ କୁମାର ପାଢ଼ୀ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ l ତତ୍ପରେ ବିଦ୍ୟାଳୟ ର ଛାତ୍ରଛାତ୍ରମାନଙ୍କୁ କୃମି ନାଶକ ବଟିକା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରlପ୍ତ ଅଧିକାରୀ ମନୋଜ କୁମାର ପାଢ଼ୀ,ଡାକ୍ତର ପ୍ରଭୁ ପ୍ରସାଦ ପଣ୍ଡା, ପୁରଞ୍ଜିତ୍ ପାତ୍ର, ବିଏଇ ଓ,ବି ଆର ସି ସି,ବିପିଏମ୍ ରାମ ଚନ୍ଦ୍ର ସାହୁ, ଏଲ୍.କୁମାରୀ, ଏ ଏନ୍ ଏମ ସନ୍ତୋସୀ ପ୍ରଧାନ, ପୁରୁଷ ସ୍ବାସ୍ଥ୍ୟ କର୍ମୀ ସିଦ୍ଧାର୍ଥ ଶଙ୍କର ମହାରଣା,ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ, ଗ୍ରାମ୍ୟ ସ୍ତରୀୟ ସାଧକ ବ୍ୟକ୍ତି ରିତାଞ୍ଜଳି ପ୍ରଧାନ, ରିତାରାଣୀ ମହାରଣା,ନନ୍ଦିନୀ ପ୍ରଧାନ,ମିନତୀ ପ୍ରଧାନ,ରିନା ପ୍ରଧାନ ଙ୍କ ସମେତ ବିଦ୍ୟାଳୟ ସମସ୍ତ ସହକାରୀ ଶିକ୍ଷକ ଓ କର୍ମଚାରୀଙ୍କ ଉପସ୍ଥିତି ରେ ନବମ ଓ ଦଶମ ଶ୍ରେଣୀର ସମସ୍ତ ଛାତ୍ର ଛାତ୍ରୀଙ୍କୁ କୃମି ନାଶକ ବଟିକା ପ୍ରଦାନ କରଯାଇଥିଲା l

ad-week
Leave A Reply

Your email address will not be published.