ଫୁଲବାଣୀ : କନ୍ଧମାଳ ଜିଲ୍ଲା, ପୋଲିସ ବିଭାଗରେ ନୂତନ ଆର ଆଇ ଭାବରେ ଦୁଇ ଜଣ ଅଫିସର ଆର ଆଇ ଭାବରେ ନିଯୁକ୍ତ ପାଇ ଦାୟିତ୍ଵ ଗ୍ରହଣ କରିଥିବାରୁ। ଉଭୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଛନ୍ତି। କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା। ପ୍ରଥମେ ରିଜର୍ଭ ପୋଲିସ ପରିସରରେ ଥିବା ରାଧା କୃଷ୍ଣ ମନ୍ଦିରରେ ଅଖଣ୍ଡ ଦୀପଜାଳି ସଂଘ କର୍ମକର୍ତ୍ତା ପୂଜାର୍ଚ୍ଚନା କରିଥିଲେ। ଏବଂ ପୂର୍ବରୁ ଜାଜପୁର ଜିଲ୍ଲାରେ ସରଜେଣ୍ଟ ଭାବରେ ରହି ଶୁନାମ ଅର୍ଜନ କରି ବର୍ତ୍ତମାନ ପ୍ରମସନ ହୋଇ ଜିଲ୍ଲ ପୋଲିସ ବିଭାଗରେ ନୂତନ ଆର ଆଇ ଭାବରେ ନିଯୁକ୍ତ ପାଇ ଦାୟିତ୍ଵ ଗ୍ରହଣ କରିଥିବା ଜେନେରାଲ ଆରଆଇ ବିରଶେନ ଶବରଙ୍କୁ ଉପଢୌକନ ଏବଂ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ।ତା ସହିତ ପୂର୍ବରୁ ସମ୍ବଲପୁର ଜିଲ୍ଲାରେ ଆର ଆଇ ଜେନେରାଲ ଭାବରେ ରହି ସୁନାମ ଅର୍ଜନ କରିଥିବା ଆର ଆଇ, ବର୍ତ୍ତମାନ ହୋମଗାର୍ଡ ବିଭାଗରେ ନୂତନ ଆରଆଇ ଭାବେ ନିଯୁକ୍ତ ପାଇଥିବା ରାଜୀବ ଲୋଚନ ସେଠଙ୍କୁ ସଂଘ କର୍ମକର୍ତ୍ତା ଉପଢୌକନ ଏବଂ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲେ। ବର୍ତ୍ତମାନ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କନ୍ଧମାଳ ଜିଲ୍ଲାରେ ଦୁଇ ଦୁଇଟି ଦକ୍ଷ ଅଫିସରଙ୍କୁ ପାଇ ବେଶ ଖୁସି ଥିବା ଦେଖିବାକୁ ମିଳୁଛି। ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ହୋମଗାର୍ଡ ବିଭାଗର ପାଇଁ ଶୁଭ ଚିନ୍ତକ କମାଣ୍ଡେଣ୍ଟ ସୁଭେନ୍ଦୁ ପାତ୍ର ଏବଂ ଦୁଇ ଜଣ ଆରଆଇଙ୍କ ସହାୟତାରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘର ବିଭିନ୍ନ ସମସ୍ୟାର ସରଳ ସମାଧାନ ଆଇନ୍ ଗତ ମାଧ୍ୟମରେ କରିବା ପାଇଁ ସଂଘ କର୍ମକର୍ତ୍ତା ଆଲୋଚନା କରୁଥିବା ଦେଖିବାକୁ ମିଳୁଛି।କାରଣ ହୋମଗାର୍ଡ ବିଭାଗର ବର୍ତ୍ତମାନ ଶିଖିତ ଯୁବପୀଢ଼ି ଚାକିରି ଅଭାବରୁ ହୋମଗାର୍ଡ ବିଭାଗରେ ଚାକିରି କରି ନିଜ ନିଜର ପରିବାର ସଦସ୍ୟଙ୍କୁ ଦୁଖେକଷ୍ଟେ ଚଳେଇ ଆସୁଛନ୍ତି। କିନ୍ତୁ ଦୁଃଖର ବିଷୟ ଜଦି କୈାଣସି ହୋମଗାର୍ଡ ଭାଇ ଭଉଣୀ ମାନେ ଅବସର ଗ୍ରହଣ କରନ୍ତି କିମ୍ବା ମୃତ୍ୟୁ ବରଣ କରନ୍ତି। ତାଙ୍କ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଏଣୁ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ଆଗାମୀ ଦିନରେ ଏକ ୱେଲଫର ଫଣ୍ଡ ବର୍ତ୍ତମାନ ନବ ନିଯୁକ୍ତ ଅଫିସର ମାନଙ୍କ ସହଯୋଗରେ ହୋଇପାରିବ ବୋଲି ଆଶା କରାଯାଉଛି । ଆଗାମୀ ଦିନରେ ଯେଉଁ ହୋମଗାର୍ଡ ଭାଇ ଭଉଣୀ ଅବସର ଗ୍ରହଣ କରନ୍ତି କିମ୍ବା ମୃତ୍ୟୁ ବରଣ କରନ୍ତି। ତାଙ୍କ ପରିବାର ସଦସ୍ୟଙ୍କୁ କନ୍ଧମାଳ ଜିଲ୍ଲା ହୋମଗାର୍ଡ କମାଣ୍ଡେଣ୍ଟ ସୁଭେନ୍ଦୁ ପାତ୍ରଙ୍କ ମାଧ୍ୟମରେ ସଂଘର ଆର୍ଥିକ ଓ୍ବଲଫର ଫଣ୍ଡରୁ କିଛି କିଛି ଆର୍ଥିକ ସହଯୋଗ କରିବା ପାଇଁ ସଂଘ କର୍ମକର୍ତ୍ତା ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି। ଆଜିର ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ସଭାପତି, ପ୍ରଭାତ କୁମାର ସାହାଣୀ, ହୋମଗାର୍ଡ ସଂଘ ଆବାହକ, ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି, ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି, ଅଖୟ କୁମାର ରାୟ ସମ୍ପାଦକ ସପନ କୁମାର ମିଶ୍ର, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍ ପ୍ରମୁଖ ଉପସ୍ଥିତ ଥିଲେ l
